Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗ୍ରୀଷ୍ମ ପ୍ରବାହ ଜାରି : ଆସନ୍ତା ୨୩ ପର୍ଯ୍ୟନ୍ତ ୬ ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା

22/05/2019 at 10:33 AM

ଭୁବନେଶ୍ବର ୨୨|୫:  ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ୬ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏ ସବୁ ଜିଲ୍ଲା ଗୁଡିକ ହେଲା ବୌଦ୍ଧ, ବରଗଡ, ଦେବଗଡ, ନୂଆପଡା, ବଲାଙ୍ଗିର, ନବରଙ୍ଗପୁର । ଆଭ୍ୟନ୍ତରୀଣ ଓଡିଶାରେ ସାମାନ୍ୟ ତାପମାତ୍ରାଠାରୁ ଅଧିକ ରହିବ । ୨୪ ତାରିଖ ଠାରୁ ସାରା ରାଜ୍ୟରେ ସ୍ଥିତି ସାଂଘାତିକ ହେବ।

ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରି ଉପରକୁ ଚାଲିଯିବ । ୨୫ ବେଳକୁ ୪୭ରୁ ୪୮ ଡିଗ୍ରିରେ ପହଞ୍ଚିବ । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ମେ’ ୨୫ ବେଳକୁ ଉପକୂଳ ଓଡ଼ିଶାର ଅଧିକାଂଶ ବ୍ଲକରେ ଦିନର ପାରଦ ୪୨ ଡିଗ୍ରି ଡେଇଁବ। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି।

ଭୁବନେଶ୍ବର, କଟକ, ବାଲେଶ୍ବର, ଚାନ୍ଦବାଲି, ବାରିପଦା ଆଦି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଚାଲିଯିବ ବୋଲି ଆକଳନ କରାଯାଇଛି । ସ୍ଥିତି ସଙ୍ଗିନ ହେଉଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ଦୁଇ ଦିନ ଲାଗି ୬ଟି ଜିଲ୍ଲା ଲାଗି ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

 ଅନ୍ୟପକ୍ଷରେ ୨୫ ତାରିଖରେ ୨୪ଟି ଜିଲ୍ଲାର ୬୪ ବ୍ଲକରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗିରହିବ । ୨୪ ତାରିଖଠାରୁ ତାପମାତ୍ରା ବଢ଼ିବ ଓ ଧୀରେ ଧୀରେ ତାହା ଭୟଙ୍କର ରୂପ ନେବ । ଏହି ସମୟରେ ଉପକୂଳ ଓଡ଼ିଶାର ୩୪ଟି ବ୍ଲକରେ ସଙ୍ଗିନ ସ୍ଥିତି ଉପୁଜିବ ।  ଗତକାଲି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପ ରେ ରହିଥିଲା। ଟିଟିଲାଗଡ଼  ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ରହିଥିଲା।

   Related Posts