ନିହାରିକା ହତ୍ୟାକାଣ୍ଡ ଘଟଣାରେ ୬ଜଣ ଅଟକ : ପୋଲିସକୁ ମିଳୁଛି ସୁରାକ୍, ନର୍ସିଂହୋମ ମ୍ୟାନେଜର କହିଲେ କିଶୋର ସଂପୃକ୍ତ

Published By : Prameya-News7 Bureau | September 18, 2019 IST

କଟକ ୧୮|୯: କିଏ ଓ କାହିଁକି ମାରିଲା ନିହାରିକାଙ୍କୁ । ହତ୍ୟା ପଛରେ ପ୍ରେମ ନାଁ ଆଉ କିଛି । ସେ ସବୁକୁ ନେଇ ଏବେ ପୋଲିସ ପାଇଁ ବଢିଛି ଚ୍ୟାଲେଞ୍ଜ । ନର୍ସ ନିହାରିକାଙ୍କ ପରିବାର ଲୋକେ ମୃତ୍ୟୁ ପଛରେ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଅଞ୍ଚଲର ହାତ ଥିବା ସନ୍ଦେହ କରୁଛନ୍ତି । ଅପରପଟେ ରାଜାର ମା’ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ନିହାରିକାଙ୍କୁ ଏକ ରାସାୟନିକ ପଦାର୍ଥ ବ୍ୟବହାର କରି ମୁହଁକୁ ପୋଢି ଦେବା ପରେ ହାତଗୋଡ ବନ୍ଧି ଅଖାରେ ରଖି ନଦୀକୁ ଫୋଫାଡି ଦିଆଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ସଂମ୍ପୃର୍ଣ୍ଣ ଘଟଣାର ଛାନବିନ ଲାଗି ଏକ ଟିମ ଗଠନ କରାଯାଇଥିବା କହିଛନ୍ତି ଜଗତସିଂପୁର ସିଡିପିଓ । ତେବେ ଇତିମଧ୍ୟରେ ବିରିଡି ପୋଲିସ କିଶୋର ଆଞ୍ଚଲର ବାପା କାର୍ତ୍ତିକ ଆଞ୍ଚଲ ଓ ସାନ ବାଇ ସମେତ ୬ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଜାରୀ ରଖିଛି । ସମସ୍ତଙ୍କ ଟେଲିଫୋନ ଜବତ କରି ସେଗୁଡିକ ମଧ୍ୟ ଯାଞ୍ଚ କରାଯାଉଛି । ଏଥିରୁ ପୋଲିସକୁ ବହୁ ସୁରାକ ମିଳିଥିବା ମଧ୍ୟ କୁହାଯାଉଛି ।   

{"id":159311,"width":579,"height":345}

କଟକରୁ ନିଖୋଜ । ଜଗତସିଂପୁର ବିରିଡି ଥାନା ବିଲୁଆଖାଇ ନଦୀ କୂଳରୁ ମୃତ ଦେହ ଠାବ । ଏହି ମୃତ ଦେହ ହେଉଛି ନର୍ସ ନିହାରିକା ପାତ୍ରଙ୍କ । ମୃତ ଦେହ ଠାବ ହେବା ପରେ ଏହି ହତ୍ୟା କାଣ୍ଡ କିଏ ଓ କାହିଁକି କରିଛି ତାହାକୁ ନେଇ ଲାଗି ରହିଛି ସସ୍‌ପେନ୍ସ । ଗତକାଲି ଏହି ମୃତ ଦେହ ଠାବ ହେବା ପରେ ଆଜି କଟକ ଏସ.ସି.ବି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି । ତେବେ ମୃତକ ନିହାରିକାଙ୍କ ମୁହଁ ଭାଗ ସଂମ୍ପୃର୍ଣ୍ଣ ନଷ୍ଟ କରାଯାଇଛି । ତେଣୁ ମିଲିଥିବା ମୃତ ଦେହର ଡ୍ରେସ କପଡାକୁ ଦେଖି ପରିବାର ଲୋକେ ନିହାରିକା ବୋଲି ଦାବି କରିଛନ୍ତି । ଏହି ହତ୍ୟା କାଣ୍ଡ ପଛରେ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଅଞ୍ଚଳ୍‌ ହାତ ଥିବା ସନ୍ଦେହ କରୁଛନ୍ତି ନିହାରିକାଙ୍କ ପରିବାର ଲୋକେ । ଅପରପଟେ ରାଜାର ମା’ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

{"id":159312}

ପୋଲିସର ପ୍ରାଥମିକ ତଦନ୍ତରୁ ଏକ ରାସାୟନିକ ପଦାର୍ଥ ବ୍ୟବହାର କରି ମୁହଁକୁ ପୋଢି ଦେବା ପରେ ହାତଗୋଡ ବନ୍ଧି ଅଖାରେ ରଖି ନଦୀକୁ ଫୋଫାଡି ଦିଆଯାଇଥିବା ଜଣାପଡିଛି । ମିଲିଥିବା ସୂଚନା ମୁତାବକ ନିହାରିକା ୫ ବର୍ଷ ହେବ କଟକର କଲ୍ୟାଣୀ ନଗର ସ୍ଥିତ ଏକ ନିର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ରାଜା ଓ ନିହାରିକାଙ୍କ ପ୍ରେମ କଥା ସାଙ୍ଗସାଥୀ ସହିତ ଉଭୟ ପରିବାର ଲୋକେ ଜାଣିଥିଲେ । ସିସିଟିଭିରୁ ମିଲିଥିବା ଭିଜୁଆଲ ଅନୁସାରେ ୮ ତାରିଖ ଅପରାହ୍ନ ସମୟରେ ମଧ୍ୟ ନିହାରିକା ନର୍ସିଂ ହୋମରୁ ବାହାରିଥିଲେ । ବାଇକରେ ଅପେକ୍ଷା କରିଥିବା ରାଜା ସହିତ କେଉଁ ଆଡେ ଯାଇଥିଲେ ।

{"id":159029}

ଏହାପର ଠାରୁ ନାହିରାକ ନିଖୋଜ । ୮ ତାରିଖ ପରଠାରୁ ସହଯୋଗୀ ମାନେ ନିହାରିକା ଓ ରାଜାଙ୍କ ଫୋନ କରୁଥିଲେ । ରାଜା ଫୋନ ରିସିଭ୍‌ କରୁଥିଲେ ମଧ୍ୟ ଭୟଭୀତ ଅବସ୍ଥାରେ କଥା ହେଉଥିବା କହିଥିବା କହିଛନ୍ତି ନର୍ସିଂହୋମ କର୍ତ୍ତୃପକ୍ଷ । ଅପରପଟେ ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ଛାନବିନ ଜାରୀ ରଖିଛି । ପ୍ରଥମେ ନର୍ସିଂହୋମର ସିସିଟିଭି ଫୁଟେଜକୁ ଜବତ କରିଛି । ହାତଗୋଡ ବାନ୍ଧିବା ସହ ଅଖା ଭିତରେ ରଖି ନଦୀକୁ ଫୋଫାଡିବା ପଛରେ ଜଣେ ଲୋକଙ୍କର କାମ ନୁହେଁ । ବରଂ ଏକାଧିକ ଲୋକଙ୍କ ସଂମ୍ପୃକ୍ତି ଥାଇପାରେ ପୋଲିସ ଅନୁମାନ ମଧ୍ୟ କରୁଛି । ତେଣୁ ଘଟଣାର ତଦନ୍ତ ଲାଗି ଏକ ଟିମ ଗଠନ କରାଯାଇଥିବା କହିଛନ୍ତି ଜଗତସିଂପୁର ସିଡିପିଓ  ।

{"id":159313}

ମୃତ ଦେହର ମୁହଁ ଭାଗ ସଂମ୍ପୃର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଗତସିଂପୁର ପୋଲିସ ଡିନିଏ ଟେଷ୍ଟ ଲାଗି ମଧ୍ୟ ଆବେଦନ କରିବ ବୋଲି ସୂଚନା ମିଲିଛି । ତେବେ ଶବବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ତଦନ୍ତରେ ନୂଆ ଦିଗ ମିଲିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.