Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସିଆଚେନରେ ବରଫ ଅତଡା ଧସି ୬ମୃତ

19/11/2019 at 7:24 AM

ଲଦାଖ ୧୯।୧୧: ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର  ଜାମ୍ମୁ ଓ କାଶ୍ମୀର ସିଆଚେନ ଅଞ୍ଚଳରେ ହିମ୍ ସ୍ଖଳନ । ହିମ ସ୍ଖଳନରେ  ୪ଯବାନଙ୍କ ସହ ମୋଟ ୬ଜଣଙ୍କର  ମୃତ୍ୟୁ  ହୋଇଛି  ।  ସୋମବାର ୮ ଜଣ ଯବାନଙ୍କୁ ନେଇ ଯାଉଥିବା ଆର୍ମିର ପାଟ୍ରୋଲିଂ ଗାଡ଼ି ବରଫ ଝଡ଼ରେ ପୋତି ହୋଇ ପଡ଼ିଥିଲା ।  ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲିକପ୍ଟର ଯୋଗେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ୪ ଯବାନଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି ।

ସିଆଚେନରେ  ମାଇନସ ଟ୍ବେଣ୍ଟିଂ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପହରା ଦେଉଥାନ୍ତି ଭାରତୀୟ ସୈନ୍ୟ । ଆଉ ଏଠାରେ ପାଟ୍ରୋଲିଂ ସମୟରେ ବାରମ୍ବାର ଦୁର୍ଘଟଣା ଘଟି ଯବାନଙ୍କ ପ୍ରାଣ ହାନି ଘଟିଛି ।  ବରଫ ଝଡ଼ରେ ଭାରତୀୟ ସୈନ୍ୟମାନେ ଫସିଯିବା ଯୋଗୁଁ  ଏଭଳି ଅଘଟଣ ମାନ ଘଟୁଛି ।  ତେବେ  ୭ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ   ହାଇପୋଥେମିଆରେ ୬ ଜଣଙ୍କ ମୃତ୍ୟୁ ଘଟିଛି ।  ୧୯ ହଜାର ଫୁଟ ଉଚ୍ଚରେ ଏହି ଦୁର୍ଘଟଣା ଘଟିଥିଲା। 

   Related Posts