Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ବଜ୍ରପାତ ନେଲା ୬ ଜୀବନ,ଆଉ ୬ଜଣ କରୁଛନ୍ତି ମୃତ୍ୟୁ ସହ ସଂଗ୍ରାମ

16/09/2018 at 10:16 PM

ଭୁବନେଶ୍ଵର;୧୬/୦୯- ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରର ତାଣ୍ଡବ ଦେଖିବାକୁ ମିଳିଛି । ସଂଧ୍ୟାରେ ବଜ୍ରପାତରେ ୬ଜଣଙ୍କ ମୃତ୍ୟୁ ହୋଇଛି । ୬ଜଣ ଗୁରୁତର ହୋଇଛନ୍ତି । ଟିଟିଲାଗଡ଼ରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ରାୟଗଡ଼ାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ସେ ହେଲେ ମୀରାବାଲି ଗାଁର ମନି ଚେଦିବଂଶ । ସେହିପରି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଜୁରା ଗ୍ରାମପଞ୍ଚାୟତ କୁଶପଲ୍ଲା ଗ୍ରାମରେ ବଜ୍ରପାତରେ ଜଣେ ମୃତ ଜଣେ ଆହତ । ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ବଜ୍ରଘାତରେ ଗୁରୁତରଙ୍କୁ ପ୍ରଥମରେ ଦିଗପହଣ୍ଡି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଭିକାରୀ ଗଉଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଦ୍ଧିଆଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଉଦଳାରେ ବଜ୍ରାଘାତରେ ଜେଜେମା ମୃତ, ନାତି ନାତୁଣୀ ଗୁରୁତର । ଘଟଣା ଘଟିଛି ଖୁଣ୍ଟା ଥାନା ଭୁପଡ ଗ୍ରାମରେ । ମୃତକ ହେଲେ ଗ୍ରାମର ଚିତ୍ତା ହେମ୍ବ୍ରମ୍, ଗୁରୁତର ନାତି ରଘୁ ହେମ୍ବ୍ରମ୍ ଓ ନାତୁଣୀ ଦେଉଳା ହେମ୍ବ୍ରମ୍ । ଗୁରୁତର ଦୁହେଁ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି । ସେହିପରି ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁଦଗାଁ ପଞ୍ଚାୟତ ତେଣ୍ଠେଇପାଲି ଗ୍ରାମର ଗୋକୁଳ ପ୍ରଧାନଙ୍କ ସ୍ତ୍ରୀ ତୁଳା ପ୍ରଧାନ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ତୁଳା ଗ୍ରାମ ନିକଟସ୍ଥ ନଦୀକୂଳରେ ଥିବା ବିଲରେ ତଳି ଲଗାଉଥିବା ସମୟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି

   Related Posts