Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କଟକ ପଟ୍ଟାପୋଲରୁ ହଟିଲା କଟକଣା, ସମ୍ପୃକ୍ତ ଅଞ୍ଚଳରୁ ପରୀକ୍ଷା ହୋଇଥିବା ସମସ୍ତ ସ୍ବାବ ନମୂନା ନେଗେଟିଭ୍

13/04/2020 at 8:55 AM

କଟକ ୧୩।୦୪: କଟକ ସହରରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପଟ୍ଟାପୋଲ ଅଞ୍ଚଳରୁ ଦୀର୍ଘ ୯ଦିନ ପରେ ରବିବାର ସିଲ୍‌ ହଟିଛି । କିନ୍ତୁ ସହରର ଅନ୍ୟ ପ୍ରାନ୍ତ ସହ ସ୍ୱାଭାବିକ ଲକ୍‌ଡାଉନ୍‌ ଜାରି ରହିଛି । ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାବ୍‌ ନମୁନା ପରୀକ୍ଷାରେ କରୋନା ନେଗେଟିଭ୍‌ ଆସିଥିଲା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ରହିଛି । ଏହାସହ ଉକ୍ତ ସିଲ୍‌ ଅଞ୍ଚଳରୁ ପାଖାପାଖି ୩୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍‌ କରାଯିବା ପରେ ରବିବାର ରାତିରୁ ନିଷେଧାଦେଶ ହଟାଯାଇ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ-ମୁକ୍ତ କରାଯାଇଛି । ତେବେ ପୂର୍ବଭଳି ଲକ୍‌ଡାଉନ୍‌ରେ ଲୋକମାନେ ରହିବେ ଓ ଅତ୍ୟାବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, ପଟାପୋଲ ଅଞ୍ଚଳରୁ ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କର ସ୍ୱାବ୍‌ ନମୁନା ପଜିଟିଭ୍‌ ବାହାରିଥିଲା । ଏହାପରେ ସଂକ୍ରମଣ ରୋକିବା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ପଟାପୋଲ ଅଞ୍ଚଳକୁ ଗତ ୪ତାରିଖ ଦିନ ସିଲ୍‌ କରାଯିବା ସହ ବିଜ୍ଞପ୍ତି ଜାରି କରାଯାଇଥିଲା । ଉକ୍ତ ନିଷିଦ୍ଧାଞ୍ଚଳକୁ ଚାରି ପଟୁ ସିଲ୍‌ କରାଯାଇ କ୍ୟାଣ୍ଟନମେଣ୍ଟ ଥାନା ପକ୍ଷରୁ ପ୍ରାୟ ୧୫ଟି ପ୍ରବେଶ ପଥକୁ ବାରିକେଡ୍‌ କରାଯାଇ ବନ୍ଦ କରି ଦିଆଯାଇଥିଲା । ଏହାପରେ ଉକ୍ତ ଅଞ୍ଚଳରୁ କେହି ବାହାରକୁ ଓ ବାହାରୁ କାହାକୁ ଉକ୍ତ ଅଞ୍ଚଳକୁ ଛଡା ଯାଇ ନଥିଲା ।

ଏହାସହ ପଟାପୋଲ ଓ ପେନ୍‌ସନ୍‌ଲେନ୍‌ ଭଳି ଉକ୍ତ ସିଲ୍‌ ଅଞ୍ଚଳରେ ଥିବା ଲୋକଙ୍କ ପାଇଁ ଘର ଦୁଆରମୁହଁ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ୯ଦିନ ଧରି ଲୋକମାନଙ୍କୁ ପନିପରିବା, ସଉଦା ଓ କ୍ଷୀର ଆଦି ପ୍ରଦାନ କରାଯାଇଥିଲା । ଏହାସହ ଅସ୍ଥାୟୀ ଡିସ୍‌ପେନ୍‌ସାରୀ ଓ ମୋବାଇଲ୍‌ ଏଟିଏମ୍‌ ବ୍ୟବସ୍ଥା ହୋଇଥିଲା । ସିଏମ୍‌ସିର ଆଶାକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ରୋଗୀଙ୍କ ପରିବାର ସମେତ ଆଖପାଖ ଅଞ୍ଚଳରେ ଥଣ୍ଡା କାଶ ହେଉଥିବା ପ୍ରାୟ ୩୦୦ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍‌ କରାଯାଇଥିଲା। ସମସ୍ତଙ୍କର କରୋନା ନେଗେଟିଭ୍‌ ଆସିଥିଲା ବେଳେ କିଛି ଦିନ ପୂର୍ବେ ଅଶ୍ୱିନୀ କୋଭିଡ୍‌ ହସପିଟାଲରେ ଚିକିତ୍ସିତ ହେଉଥିବା ଉକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସହିତ କରୋନା ନେଗେଟିଭ୍‌ ଆସିଥିବା ସରକାର ସୂଚନା ଦେଇଥିଲେ ।

ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ବିଦ୍ୟାଧରପୁର ସ୍ଥିତ ସିଏମ୍‌ସି କ୍ୱାରେଣ୍ଟାଇନ୍‌କୁ ନିଆଯାଇଛି । ଏହାସହ ଗତ ୯ ଦିନ ହେବ ସିଲ୍‌ ଅଞ୍ଚଳକୁ ପ୍ରତ୍ୟହ ସାନିଟାଇଜ୍‌ କରାଯାଉଥିଲା । ଲୋକମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ପ୍ରଶାସନ ଚେଷ୍ଟା କରିଥିଲା । ତେବେ ଯଦି ଆଗକୁ କିଛି ଲକ୍ଷଣ ସାମ୍ନାକୁ ଆସେ ତେବେ ପୁଣି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କମିସନର ଅନନ୍ୟା ଦାସ କହିଛନ୍ତି । ଜିଲ୍ଲା ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗ ଓ ରାପିଡ୍‌ ରେସପନ୍‌ସ ଟିମ୍‌ ଦ୍ୱାରା ଉକ୍ତ ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି ।

   Related Posts