ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁର ୬ଦିନ ପରେ ବି ହଟୁନି ପରଦା, ଚାଲିଛି ଆରୋପ-ପ୍ରତ୍ୟାରୋପ

Published By : Prameya-News7 Bureau | July 12, 2020 IST

ଭୁବନେଶ୍ୱର ୧୨।୦୭: ୬ ଦିନ ପରେ ବି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଉପରୁ ଉଠିପାରିନି ପରଦା । ଜବତ ଡାଏରୀରୁ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଆଦିତ୍ୟଙ୍କ ବନ୍ଧୁ ଏବଂ ପତ୍ନୀଙ୍କ ଭିତରେ ବିଭିନ୍ନ ଦିଗକୁ ନେଇ ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏମିତିକି ଆଦିତ୍ୟଙ୍କ  ସଂସ୍ଥା ପିପୁଲସ୍ ଫର ସେବାର ଆର୍ଥିକ କାରବାର ପ୍ରସଙ୍ଗକୁ ତଦନ୍ତ ପରିସରକୁ ନେଇଥିବା ଜିଆରପି ଏବେ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ବିକାଶ ଓ ପପୁଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି ।

ତେବେ ଏବେବି ରହସ୍ୟ ଘେରରେ ରହିଛି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା । ଘଟଣା ୬ ଦିନ ପରେ ବି ଆଦିତ୍ୟଙ୍କ ମୃତ୍ୟୁ ଉପରୁ ହଟିପାରିନି ପରଦା । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ  ଆତ୍ମହତ୍ୟା କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନି  ?  ଯଦି ହତ୍ୟା, ତାହେଲେ ଆଦିତ୍ୟଙ୍କୁ କିଏ ଓ କାହିଁକି ହତ୍ୟା କଲେ ? ଆଉ ଯଦି ଆତ୍ମହତ୍ୟା, ତାହେଲେ କେଉଁ କାରଣ ପାଇଁ ସମାଜସେବୀ ଆଦିତ୍ୟ ଦାସଙ୍କୁ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଲେ ।

ସେପଟେ  ପୋଷ୍ଟମର୍ଟମ ରିପୋର୍ଟ, ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀ ଏବଂ ଆଦିତ୍ୟଙ୍କ ବନ୍ଧୁ ଏବଂ ପତ୍ନୀଙ୍କ ଭିତରେ ଆରୋପ-ପ୍ରତ୍ୟାରୋପରୁ କିଛିଟା ଖିଅ ଖୋଜିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ଟିମ୍ ।  ଆଦିତ୍ୟଙ୍କ ସଂସ୍ଥା ପିପୁଲସ୍ ଫର୍ ସେବା ସହ ସଂପୃକ୍ତ ବିକାଶ ଓ ପପୁଙ୍କୁ ତଦନ୍ତକାରୀ ଟିମ୍ ଜେରା କରିବ ବୋଲି ଜଣାପଡ଼ିଛି । ସେପଟେ ତଦନ୍ତରେ ସହଯୋଗ କରିବାକୁ ନିଜ ଆଡ଼ୁ ଆଗ୍ରହ ଦେଖାଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ଦୁଇ ବନ୍ଧୁଙ୍କ ସହ ବିଦ୍ୟାଶ୍ରୀଙ୍କୁ ସାମ୍ନାସାମ୍ନି ଜେରା ହେଲେ ସବୁ ସତ ପଦାକୁ ଆସିବ ବୋଲି କହିଛନ୍ତି । 

wp:core-embed/wordpress {"url":"http://www.prameyanews7.com/mystri-on-aditya-suicide-case/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/mystri-on-aditya-suicide-case/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.