ସୀମା ପାର କଲା କ୍ରୁରତା: ୬ ଦିନର ଶିଶୁକୁ ଚାପୁଡ଼ା ମାରି ବିଛଣାରେ ଫୋପାଡ଼ି ଦେଉଥିଲେ ଆୟା, ସିସିଟିଭି ଫୁଟେଜ ଦେଖି କାନ୍ଦି ପକାଇଲେ ବାପା-ମା'

Published By : Prameya-News7 Bureau | August 12, 2020 IST

ବେଜିଙ୍ଗ ୧୨/୦୮ : ଚୀନ ହୁବେଇ ପ୍ରାନ୍ତର ଶାହେ ସହରରେ ଜଣେ ୫୦ ବର୍ଷ ବୟସ୍କ ମହିଳାଙ୍କୁ ପୋଲିସ ଗିରଫ କରିଛି | ମାତ୍ର ୬ ଦିନର ଶିଶୁକୁ ପିଟିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରାଯାଇଛି | ମହିଳା ଆୟା ଭାବେ କାମ କରୁଥିଲେ | ମହିଳାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜଣେ ଶିଶୁକୁ ମାଡ ମାରିବା ଅଭିଯୋଗ ହୋଇଥିଲା | ୨୬ ବର୍ଷ ବୟସ୍କ ଟିୟାନ ନାମକ ଯୁବକ ପୋଲିସକୁ ଏହିଭଳି ଭିଡିଓ ହସ୍ତାନ୍ତର କରିଛନ୍ତି | ମହିଳା ୬ ଦିନର ଶିଶୁକୁ ଚାପୁଡ଼ା ମାରିବା ସହ ଖେଳଣା ଭଳି ବିଛଣାରେ ଫୋପାଡ଼ି ଦେବା ଏହି ଭିଡିଓରେ ନଜର ଆସିଛି | 

ଡେଲି ମେଲ ଖବର ଅନୁଯାୟୀ, ଟିୟାନ ଦୁଇ ଦିନ ପାଇଁ ଘରୁ ବାହାରକୁ ଯାଇଥିଲେ ଏବଂ ଥୋଫି କ୍ରିଟିକାଲ ଡେ଼ଲିଭରୀ ଯୋଗୁଁ ସେ ନିଜ ଶିଶୁର ଯତ୍ନ ନେଇପାରୁ ନାହାନ୍ତି | ସେଥିପାଇଁ ୫୦ ବର୍ଷୀୟ ମିସ ବାଙ୍ଗଙ୍କୁ ଶିଶୁର ଦାୟିତ୍ୱ ଦିଆଯାଇଥିଲା | ଟିୟାନ କହିଛନ୍ତି ଯେ ଯେତେବେଳେ ସେ ଘରକୁ ଫେରିଲେ ଏବଂ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଦେଖିଲେ ତାଙ୍କ ଆଖିରୁ ଲୁହ ଝରି ଆସିଲା | ସେ ଯେତେବେଳେ ତାଙ୍କ ପତ୍ନୀଙ୍କୁ ଏହି ଫୁଟେଜ ଦେଖାଇଥିଲେ ସେ ମଧ୍ୟ କାନ୍ଦି ପକାଇଥିଲେ | ମିସ ବାଙ୍ଗ ୬ ଦିନ ଶିଶୁକୁ ଚାପୁଡ଼ା ମାରୁଥିଲେ ଏବଂ ତଥାପି ଶିଶୁ ଚୁପ ନ ହେବାରୁ ଶିଶୁକୁ ବିଛଣାରେ ଫୋପାଡ଼ି ଦେଇଥିଲେ | ଭିଡିଓ ଦେଖି ଟିୟାନ ଓ ତାଙ୍କ ପତ୍ନୀ ଚକିତ ହୋଇଯାଇଥିଲେ |

ଟିୟାନ ପ୍ରଥମେ ପୋଲିସକୁ ଏହି ମାମଲାରେ ଅଭିଯୋଗ କରିଥିଲେ | କିନ୍ତୁ ତାଙ୍କ ପତ୍ନୀ ଏହି ମାମଲା ଦୁନିଆ ସାମ୍ନାକୁ ଆଣିବାକୁ ଚାହୁଁଥିଲେ ଯେପରିକି ଆଉ କାହା ଶିଶୁ ସହିତ ଏହିଭଳି ଘଟଣା ନ ଘଟୁ | ଏହାପରେ ପତି-ପତ୍ନୀ ଏହି ଫୁଟେଜ ଚୀନର ଅନେକ ଲୋକପ୍ରିୟ ବ୍ଲଗର୍ସଙ୍କୁ ପଠାଇଥିଲେ | ସେମାନେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଭିଡିଓ ଭାଇରାଲ ହୋଇଥିଲା |

ଟିୟାନ କହିଛନ୍ତି ଯେ ପୂର୍ବରୁ ଥରେ ବାଙ୍ଗ ଟିୟାନଙ୍କ ବଡ ପୁଅକୁ ବାଡ଼ଉଥିବା ସମୟରେ ଧରା ପଡ଼ିଥିଲେ | କିନ୍ତୁ ଏହାକୁ ମାମୁଲି କଥା ଭାବି ସେ ଇଗନୋର କରିଥିଲେ | କିନ୍ତୁ ୬ ଦିନର ଶିଶୁ ସହ ଏହିଭଳି କ୍ରୁରତା ଦେଖି ନଜର ଫେରାଇ ଆଣିବା ଅସମ୍ଭବ ବୋଲି ସେ କହିଛନ୍ତି | ସେଥିପାଇଁ ବାଙ୍ଗଙ୍କୁ ସବକ ଶିଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି | ଟିୟାନଙ୍କୁ ଏହିଭଳି ୩ଟି ଭିଡିଓ ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.