Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଡକାୟତି ଘଟଣାରେ ସଂପୃକ୍ତ ୬ ଡକାୟତ ଗିରଫ

14/11/2019 at 5:07 PM

ଦେବଗଡ ୧୪।୧୧: ଦେବଗଡ ଜିଲ୍ଲା ବାରକୋଟ ଥାନା ପୋଲିସ ଏକ ଡକାୟତି ଘଟଣାର ତଦନ୍ତ କରି ୬ଜଣ ଡକାୟତକୁ ଗିରଫ କରିଛି । ଗତ ଅକ୍ଟୋବର ମାସ ୨୪ ତାରିଖରେ ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରେ ସାତ ଜଣ ଡକାୟତ ଆସି ପିସ୍ତଲ ଦେଖାଇ ଡକାୟତି କରି ନଗଦ ଟଙ୍କା ସହ ସୁନାରୂପା ଅଳଙ୍କାର ଓ ମୋବାଇଲ ଲୁଟ୍ କରି ଏକ ବୋଲେରୋ ଗାଡିରେ ଫେରାର ହୋଇଯାଇଥିଲେ ।

ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ।  ଗିରଫ ସମସ୍ତ ଅଭିଯୁକ୍ତ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବାସିନ୍ଦା । ସେମାନଙ୍କ ପାଖରୁ ପୋଲିସ ଟଙ୍କା, ସୁନା, ରୂପା ଗହଣା, ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ମୋବାଇଲ, ଦୁଇଟି ବାଇକ୍, ଗୋଟିଏ ବୋଲେରୋ ଜବତ କରିଛି ।

ଏହି ଘଟଣାରେ ଝାଡଖଣ୍ଡ ରାଜ୍ୟର ଅନ୍ୟ ତିନି ଜଣଙ୍କ ସଂପୃକ୍ତି ରହିଥିବା ବେଳେ ସେମାନେ ଫେରାର ଅଛନ୍ତି । ଫେରାର ତିନି ଜଣ ପିଏଲଏଫଆଇ ସହ ସଂପୃକ୍ତ ଅଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ବାରକୋଟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସପି ରାହୁଲ ଜୈନ ସମସ୍ତ ସୂଚନା ଦେଇଛନ୍ତି ।

   Related Posts