Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବରଗଡ ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୬ କରୋନା ସଂକ୍ରମିତ, କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେଲା ସଂପୃକ୍ତ ଅଞ୍ଚଳ

30/05/2020 at 9:30 AM

ବରଗଡ ୩୦।୫: ରାଜ୍ୟରେ କମିବାର ନାଁ ନେଉନି କରୋନା ସଂକ୍ରମଣ । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବରଗଡ ଜିଲ୍ଲାରୁ ପୁଣି ୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ବରଗଡ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଚିହ୍ନଟ ହୋଇଥିବା ୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭେଡେନ ବ୍ଲକ୍‌ର ଏବଂ ୨ ଜଣ ଭଟଲି ବ୍ଲକ୍‌ର ରହିଛନ୍ତି । ୫ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ ଜଣେ ଭଟଲି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ।

ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା ପରେ ସଂପୃକ୍ତ ଅଞ୍ଚଳରୁ କେହି ବାହାରକୁ ବାହାରିପାରିବେ ନାହିଁ କି କେହି ସଂପୃକ୍ତ ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ । କଣ୍ଟେନମେଣ୍ଟ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ଘରେ ଯୋଗାଇଦିଆଯିବ ।

   Related Posts