Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ୬ ଜଣଙ୍କ ନାଁ ଚୟନ, ଜାଣନ୍ତୁ କିଏ କିଏ

ନୂଆଦିଲ୍ଲୀ ୧୩|୮: ଭାରତୀୟ ଦଳର ମୁଖ୍ୟ କୋଚ୍ ପାଇଁ ଆବେଦନ ଗ୍ରହଣ ସରିଥିବା ବେଳେ ୬ଜଣଙ୍କ ନାଁ ଆସିଛି । ଭାରତୀୟ ଦଳର ବିଦାୟୀ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ୬ଜଣ ଆଶାୟୀ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦବୀ ଦୌଡରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ରବି ଶାସ୍ତ୍ରୀଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କୋଚ୍ ମାଇକ ହେସନ, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଏବଂ ଶ୍ରୀଲଙ୍କାର କୋଚ୍ ଟମ୍ ମୁଡି, ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଏବଂ ଆଫଗାନିସ୍ତାନର କୋଚ୍ ଫିଲ ସିମଂସ, ଭାରତୀୟ ଟିମ୍ ର ପୂର୍ବତନ ମ୍ୟାନେଜର ଲାଲଚନ୍ଦ ରାଜପୁତ ଏବଂ ଭାରତର ପୂର୍ବତନ ଫିଲ୍ଡିଂ କୋଚ୍ ରବିନ ସିଂହଙ୍କ ନାଁ ସାମିଲ ରହିଛି ।

ସମସ୍ତ ୬ ଆଶାୟୀ ସିଏସି ନିକଟରେ ନିଜ ନିଜର ପ୍ରେଜେଣ୍ଟେସନ ରଖିଛନ୍ତି । ସମସ୍ତ ଆଶାୟୀ କପିଲ ଦେବଙ୍କ ନେତୃତ୍ବାଧିନ କ୍ରିକେଟ୍ ପରାମର୍ଶଦାତା ସମିତି ସମ୍ମୁଖରେ ନିଜ ନିଜର ପ୍ରେଜେଣ୍ଟେସନ ଦେଇଥିଲେ । କୋଚ୍ ଚୟନର ଶେଷ ନିଷ୍ପତ୍ତି ଏ ସପ୍ତାହର ଶେଷ ତଥା ଆଗାମୀ ସପ୍ତାହର ଆରମ୍ଭରେ ହିଁ ନିଆଯିବ । କମିଟିର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ୬ଜଣ ସିଏସି ସମ୍ମୁଖରେ ନିଜ ନିଜର ପ୍ରେଜେଣ୍ଟେସନ ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ, ସିଏସି ସେ ସମସ୍ତଙ୍କୁ ଇଣ୍ଟରଭ୍ୟୁ ପାଇଁ ଚୟନ କରିଛି ।

ସୂଚନାଯୋଗ୍ୟ ଯେ, ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ପୂର୍ବରୁ ଭାରତୀୟ ଦଳର କ୍ୟାପଟେନ୍ ବିରାଟ କୋହଲି କହିଥିଲେ ଯେ, ସେ ଚାହୁଁଛନ୍ତି କି ରବି ଶାସ୍ତ୍ରୀ ହିଁ ଭାରତୀୟ ଦଳ ମୁଖ୍ୟ କୋଚ୍ ଭାବେ ରୁହନ୍ତୁ ।

561 Views

   ସମ୍ବନ୍ଧିତ ଖବର