ବଲିଉଡ୍‌ରେ ଏହି ୬ ଜଣ ଅଭିନେତ୍ରୀ ଥିଲେ ଅତ୍ୟଧିକ ମୋଟି, ଏବେ ଓଜନ କମାଇ ହେଲେ ଫ୍ୟାଶନ୍ କ୍ବିନ୍

Published By : Prameya-News7 Bureau | November 23, 2019 IST

ମୁମ୍ବାଇ୨୩/୧୧: ବଲିଉଡ୍‌ର ଏମିତି  କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ଅତ୍ୟଧିକ ମୋଟା ଥିଲେ। ବଲିଉଡ୍‌ର ୬ ଜଣ ନାମୀଦାମୀ ଅଭିନେତ୍ରୀ ନିଜର ଶରୀରର ମୋଟାପଣ  ଯୋଗୁଁ ବଲିଉଡ୍‌ରେ ଏଣ୍ଟ୍ରି କରିବା ବହୁତ କଷ୍ଟ ଥିଲା।  କିନ୍ତୁ ବର୍ତ୍ତମାନ ସମୟରେ ଏହି ୬ ଜଣ ଅଭିନେତ୍ରୀ ଡାଇଟିଂ ଓ ଜିମ୍‌ରେ କସ୍‌ରତ କରି ବଲିଉଡ୍‌ର ଆଗଧାଡ଼ିର ହିରୋଇନ  ଭାବେ ବିବେଚିତ ହୋଇଛନ୍ତି। ଫିଟ୍‌ ରହିବା ଲାଗି ଏହି ଛଅ ଜଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।

ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ପରିଣୀତି ଚୋପ୍ରା ବହୁତ ସାଧାସିଧା, ସରଳ ଓ ମୋଟି ମଧ୍ୟ ଥିଲେ। ବଲିଉଡ୍‌ରେ ଏଣ୍ଟ୍ରି ପରେ ପରିଣୀତି ନିଜର ଓଜନ କମାଇ ଥିଲେ। ତାଙ୍କ ଶରୀରର ଓଜନ ପାଖାପାଖି ୮୬ କିଲୋ ଥିଲା। ସେ ଜିମ୍‌ ଓ ଡାଇଟିଂ କରି ପରିଣୀତି ନିଜର ୨୮ କିଲୋ ଓଜନ କମାଇଥିଲେ।

{"id":188792,"sizeSlug":"large"}

ସେହିପରି ଆଲିୟା ଭଟ୍ଟ ବଲିଉଡ୍‌​‌ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କ ଶରୀରର ଓଜନ ୬୮ କିଲୋ ଥିଲା। ସେ ଡାଇଟିଂ ଓ ଜିମ୍‌ରେ କସ୍‌ରତ କରି ୧୬ କିଲୋ ଓଜନ କମାଇଥିଲେ।

{"id":188794,"sizeSlug":"large"}

ବଲିଉଡ୍‌ରେ ସଫଳତାର ସ୍ବାଦ ଚାଖିଥିବା ସାରା ଅଲ୍ଲୀ ଖାନ୍‌ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କ ଶରୀରର ଓଜନ ୯୬ କିଲୋ ଥିଲା । କିନ୍ତୁ ସେ ପରିଶ୍ରମ କରି ୩୦ କିଲୋ ଓଜନ କମାଇଥିଲେ।

{"id":188795,"sizeSlug":"large"}

ସେହିପରି ଭୂମିଙ୍କ ପ୍ରଥମ ଫିଲ୍ମ ‘ଦମ୍‌ ଲଗା କେ ହମେଶା’ ରେ ସେ ବହୁତ ମୋଟା ଥିଲେ। ହେଲେ ପରବର୍ତ୍ତୀ ସମୟରେ ପରିଶ୍ରମ କରି ଭୂମି ନିଜର ସ୍ଲିମ୍ ଫିଗର ବନେଇଥିଲେ।

{"id":188797,"sizeSlug":"large"}

ବଲିଉଡ୍‌ର ସୁପରଷ୍ଟାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ୯୦ କିଲୋ ଓଜନ ଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ୩୦ କିଲୋ ଓଜନ କମାଇଥିଲେ।

{"id":188799,"sizeSlug":"large"}

ସୋନମ୍ କପୂର ମଧ୍ୟ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ମୋଟି ଥିଲେ। ଡାଇଟିଂ ଓ ଜିମ୍‌ କରି ସେ ସ୍ଲିମ୍ ଫିଗର ବନେଇ ଥିଲେ।

{"id":188801,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.