ଆପାର୍ଟମେଣ୍ଟରେ ଲାଗିଲା ନିଆଁ, ସଂପୂର୍ଣ୍ଣ ଜଳିଗଲା ୬ଟି ବାଇକ୍

Published By : Prameya-News7 Bureau | June 29, 2019 IST

ଝାରସୁଗୁଡା ୨୯|୬: ଆପାର୍ଟମେଣ୍ଟ ରେ ଲାଗିଲା ନିଆଁ । ଝାରସୁଗୁଡା ସହାସବାହଲ ଠାରେ ରହିଥିବା ନିଓ ହାଇଟ୍ସ ଆପାର୍ଟମେଣ୍ଟ ଗ୍ୟାରେଜରେ ଆଜି ଦିନ ଗୋଟାଏ ୪୫ ବେଳେକୁ ହଠାତ୍ ଧୂଆଁ ସୃଷ୍ଟି ହୋଇଥିଲା  । ଧୂଆଁ ଦେଖି ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଭୟଭୀତ ହୋଇ ଘରୁ ପଦାକୁ ଆସିବା ସହ ନିଆଁ ଲାଗିବା ସଂପର୍କରେ ଦମକଳ କେନ୍ଦ୍ର ଓ ବେଦାନ୍ତ ସହାୟତା ପାଇଁ ଖବର ଦେଇଥିଲେ | ଖବର ପାଇ ତୁରନ୍ତ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟରୁ ୨ଟି ଦମକଳ ଗାଡି ସହ ନିରାପତ୍ତା କର୍ମଚାରୀମାନେ ପହଞ୍ଚି ନିଆଁକୁ ଠାବ କରି ଆୟତ୍ତ କରୁଥିବା ବେଳେ ଝାରସୁଗୁଡାରୁ ୩ଟି ଦମକଳ ଆସି ପହଞ୍ଚିଥିଲା | ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା ୫ଟି ଦମକଳକୁ ନିଆଁକୁ ଆୟତ୍ତ କରିବାକୁ । ଗ୍ୟାରେଜରେ ରହିଥିବା କୌଣସି ଏକ ବାଇକରେ ସର୍ଟ ସର୍କିଟ୍ ହୋଇ ଏଭଳି ଏକ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଆକଳନ କରାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡିନି । ଏହି ଅଗ୍ନିକାଣ୍ଡରେ ଗ୍ୟାରେଜରେ ଥିବା ୬ଟି ବାଇକ୍ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଆଉ ଅଧିକ ଧନ ଜୀବନ କ୍ଷତି ହୋଇ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.