ଭଷ୍ଟ୍ରାଚାର ଅଭିଯୋଗରେ ଦେଶର ୬ରୁ ଅଧିକ ବାଣିଜିକ୍ୟ ବ୍ୟାଙ୍କର ସିଇଓଙ୍କ ବିରୋଧରେ ତଦନ୍ତ ଜାରି

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୦୨: ଭଷ୍ଟ୍ରାଚାର ଅଭିଯୋଗରେ ଦେଶର ୬ରୁ ଅଧିକ ବାଣିଜିକ୍ୟ ବ୍ୟାଙ୍କର ସିଇଓଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ସିବିଆଇ ଓ ଇଡି ଘଟଣାର ଯାଞ୍ଚ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକି ଗିରଫ କରାଯାଇନାହିଁ ବୋଲି ସୋମବାର ଦିନ ସଂସଦରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୧୭ରୁ ସିବିଆର ବର୍ତ୍ତମାନ ପର୍ଯ୍ୟନ୍ତ ୮୦୦ PSB କର୍ମଚାରୀଙ୍କ ଉପରେ ମୋକଦ୍ଦମା ଚଲାଇବାକୁ ଅନୁମତି ମାଗିଛି । ଏଥିରେ ବ୍ୟାଙ୍କ ଅଧ୍ୟକ୍ଷ, ଏମ୍‌ଡି, ଓ ରାଜ୍ୟ ଦ୍ବାରା ସଂଚାଳିତ ହେଉଥିବା ସଂସ୍ଥାମାନଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ସାମିଲ ଅଛନ୍ତି । ୧୩୯ମାମଲାରେ ସରକାର ଅଭିଯୋଗ ଚଳାଇବାକୁ ଅନୁମତି ଦେଇନାହାନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି ।

ଯାଞ୍ଚରେ ପୂର୍ବତନ ବ୍ୟାଙ୍କ ସିଇଓମାନଙ୍କ ନାମ ଥିବା ନେଇ ସରକାର ଚୁପ୍ ରହିଥିଲେ । ପୂର୍ବତନ ICICI ସିଇଓ ଚନ୍ଦା କୋଚର, PNB ପୂର୍ବତନ ପ୍ରମୁଖ ଉଷା, ୟୁନାଇଟେଡ୍ ବ୍ୟାଙ୍କର ପୂର୍ବ CMD ଅର୍ଚନା ଭାର୍ଗବ ଓ ପୂର୍ବତନ ୟୁକୋ ବ୍ୟାଙ୍କର ଅଧିକାରୀ ଅରୁଣ କୌଲଙ୍କ ତଦନ୍ତର ସାମ୍ନା କରିବାକୁ ପଡିଛି ।  

ବ୍ୟବସ୍ଥାରେ ବ୍ୟାପକ ସୁଧାର ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବ । ବିତ୍ତୀୟ ପ୍ରଣାଳୀରେ ସମସ୍ତ ହିତାଧୀକାରୀ ନିୟମକୁ କଡାକଡି ଭାବେ ପାଳନ କରିବା ଉଚିତ । ଯାହାଦ୍ବାରା ଭଷ୍ଟ୍ରାଚାର ଉପରେ ରୋକ ଲାଗିପାରିବା ବୋଲି ଲୋକସଭାରେ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.