Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚୋରାରେ ଚାଲାଣ ବେଳେ ବସ୍‌ରୁ ୮୨କେ.ଜି. ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୬ ଗିରଫ

29/11/2019 at 4:30 PM

ମାଲକାନଗିରି ୨୯।୧୧: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ମିଳିଲା ପୁଣି ଏକ ବଡ ସଫଳତା । ଜିଲ୍ଲାର ପଦ୍ମଗିରି ଅଞ୍ଚଳରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିବା ସମୟରେ ‘ଦିଲଖୁସ’ ନାମକ ଏକ ଘରୋଇ ବସରୁ ୬ ଜଣଙ୍କୁ ଗିରଫ କରିଛି ଜିଲ୍ଲା ଅବକାରୀ ପୋଲିସ ।

ଚମ୍ପାଖାରି ଗାଁ ନିକଟରେ ଅବକାରୀ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ  ବସଟି ଅଟକାଇଥିଲେ । ପରେ ଏଥିରେ ଯାଞ୍ଚ ତଲାସି କରିବା ସମୟରେ ୬ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ଗିରଫ ୬ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବା ବେଳେ ୩ ଜଣ ମହିଳା ଗଞ୍ଜେଇ ଚାଲଣକାରୀ ରହିଛନ୍ତି । ଏମାନଙ୍କ ନିକଟରୁ ୮୨ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି ।

   Related Posts