ବାରହା ଆକ୍ରମଣରେ ୬ ଆହତ, ଜଣେ ଗୁରୁତର

Published By : Prameya-News7 Bureau | January 20, 2022 IST

କାମାକ୍ଷାନଗର ୨୦।୧: ସାହି ଭିତରେ ପଶି ଆକ୍ରମଣ କଲା ବାରହା । ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସନ୍ତପଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବାରହାଟି ବିଲରେ କାମ କରୁଥିବା ଜଣେ ଚାଷୀଙ୍କୁ ପ୍ରଥମେ ଆକ୍ରମଣ କରିଥିଲା ।  ତାଙ୍କୁ ଆକ୍ରମଣ କରିବା ପରେ ସେହି ଗାଁର ବାଘୁଆବୋଲ ସାହି ଭିତରେ ପଶି ୫ ଜଣକୁ ଆକ୍ରମଣ କରିଥିଲା । ଲୋକମାନେ ହୋ ହଲ୍ଲା କରି ପାଟିତୁଣ୍ଡ କରିବାରୁ ବାରହାଟି ଜଙ୍ଗଲ ଆଡେ ଦୌଡି ପଳାଇଥିଲା। ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ।  ତେବେ ଦୁଷ୍ମନ୍ତ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.