Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା : ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ କୋର୍ଟ ଚାଲାଣ, ଏବେବି ବାହାରେ ବୁଲୁଛନ୍ତି ୮ ଅଭିଯୁକ୍ତ

17/07/2019 at 4:09 PM

ଡେଲାଙ୍ଗ ୧୭|୭:  ପଟ୍ଟନାୟକିଆ ଟ୍ରିପଲ୍ ମର୍ଡର ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଈଶ୍ବର ବେହେରାଙ୍କ ପରିବାର ପକ୍ଷରୁ ମାଷ୍ଟର ମାଇଣ୍ଡ ଡୁଙ୍ଗ ବେହେରା ଓ ସୁବଳ ବେହେରାଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ପାଇଁ ସତ୍ୟବାଦୀ , ଗୋପ ଓ ପୁରୀ ପୋଲିସକୁ ନେଇ ତିନିଟି ଟିମ୍  ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ ଜଣଙ୍କୁ ଗିରଫ କରିଥିବା ପୋଲିସ । ଏମାନେ ହେଲେ ଭିକାରୀ ବେହେରା, ହରିହର ବେହେରା, ମନୁଆ ବେହେରା, ସହଦେବ ବେହେରା, ସୁବଳ ବେହେରା ଓ ଶଙ୍କର ବେହେରା । ତେବେ ମୁଖ୍ୟ ଅଭିଯୁକ୍ତ ଡୁଙ୍ଗ ବେହେରା ଏବେବି ଫେରାର ଅଛି । ଏପରିକି ଅଭିଯୁକ୍ତମାନେ ଘରେ ତାଲା ପକାଇ ପିଲା ଛୁଆଙ୍କ ସହ ଏବେ ଫେରାର  ହୋଇଯାଇଛନ୍ତି । ପୂର୍ବରୁ ମଧ୍ୟ ଏହି ପରିବାରର ଜଣଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ବି ପୂର୍ବରୁ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ୩୦ ବର୍ଷ ତଳର ପାରିବାରିକ ବିବାଦ ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି ।

   Related Posts