IIFLରୁ ଲୁଟ୍ ଘଟଣା : ୬ ଅଭିଯୁକ୍ତ ଗିରଫ, ମାନାପୁରମ୍ ଗୋଲ୍ଡ ଲୋନ୍ ଶାଖାରେ ପୋଲିସର ଚଢାଉ

Published By : Prameya-News7 Bureau | November 25, 2020 IST

କଟକ ୨୫।୧୧: କଟକ ନୟାସଡକ IIFLରୁ ଲୁଟ୍ ଘଟଣାରେ ମଙ୍ଗଳବାର ଅଟକ ରଖିଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସ୍ପଷ୍ଟ କରିଛି । ଲୁଟ୍ ର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟର ସୌଖିନ କାର୍ ଏବଂ ବୁଲେଟ୍ ଜବତ କରାଯାଇଛି । ଘଟଣାର ଅଧିକ ଖୋଳତାଡ଼ କରୁଛି ପୋଲିସ । ବୁଧବାର ଜଣେ ମହିଳାଙ୍କ ସମେତ ସଂସ୍ଥାର ଆଉ ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

ସେପଟେ ଏହି ଘଟଣାରେ ବଜ୍ରକବାଟି ସ୍ଥିତ ମାନାପୁରମ୍ ଗୋଲ୍ଡ ଲୋନ୍ ରେ ପୋଲିସ ଚଢାଉ କରିଛି । ସୁନା ଲୁଟ୍ ଏକ ନାଟକ ଥିଲା । IIFLର କିଛି କର୍ମଚାରୀ ସୁନା ଲୁଟ୍ ର ନାଟକ ରଚିଥିଲେ । ସୁନା ହେରଫେର କରି ଏହାକୁ ଲୁଟ୍ ରୂପ ଦେବାକୁ ହୋଇଥିଲା ଯୋଜନା । ସେମାନଙ୍କ ନିକଟରୁ ୨ କିଲୋ ସୁନା ଜବତ ହୋଇଥିବା ବେଳେ ଅନ୍ୟ ସୁନାକୁ ଜବତ କରିବା ପାଇଁ କଟକ ସହର ସମେତ ଆଖ ପାଖ ଅଞ୍ଚଳରେ ଚଢାଉ କରୁଛି ପୋଲିସ ।

ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ସଂପର୍କରେ ସୂଚନା ଦେଇଥିଲେ । ମାତ୍ର ୫ ଦିନରେ ଲୁଟର ପର୍ଦ୍ଦାଫାଶ କରିବା ସହ ୬ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.