ମେସେଜରେ ଗଢୁଥିଲେ ସଂପର୍କ, ଏକୁଟିଆ ଡାକୁଥିଲେ ଘରକୁ... ତାପରେ ଆରମ୍ଭ ହେଉଥିଲା ଲଭ୍, ସେକ୍ସ ଆଉ ବ୍ଲାକମେଲିଂ ଖେଳ…

Published By : Prameya-News7 Bureau | December 03, 2020 IST

କୁଲ୍ଲୁ ୩।୧୨: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ହନିଟ୍ରାପ୍ ମାଧ୍ୟମରେ ଲଭ୍, ସେକ୍ସ ଏବଂ ବ୍ଲାକମେଲ୍ କରିବା ଘଟଣା ସାମ୍ମାକୁ ଆସିଛି । ପୋଲିସ ଏହି ମାମଲାରେ ୨୭ ବର୍ଷ ବୟସ୍କ ଯୁବତୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୩୭ ବର୍ଷ ବୟସ୍କ ଜଣେ ମହିଳା ଆଗୁଆ ଜାମିନ୍ ପାଇସାରିଥିଲେ । ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ ଜାରି ରଖିଛି ।

ସୂଚନା ଅନୁସାରେ କୁଲ୍ଲୁ ଜିଲ୍ଲାରେ ଗତ କିଛି ମାସ ହେବ ଏହି ଗ୍ୟାଙ୍ଗ୍ ସକ୍ରିୟ ଥିଲା । ଲୋକଙ୍କୁ ବ୍ଲାକମେଲ୍ କରି ଟଙ୍କା ପଇସା ଠକୁଥିଲେ । ପୋଲିସ କହିଛି ଯେ, ଭୁନ୍ତର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ କି କିଛି ଲୋକ ତାଙ୍କ ସ୍ବାମୀଙ୍କୁ ଫସାଇ ଟଙ୍କା, ମୋବାଇଲ୍ ଲୁଟିନେବା ସହ ମାରପିଟ୍ ମଧ୍ୟ କରିଛନ୍ତି । କୁଲ୍ଲୁ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ଛାନଭିନ୍ କରିଥିଲା । ଶେଷରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହି ଗ୍ୟାଙ୍ଗ୍ ର ମହିଳା ସଦସ୍ୟ ଲୋକଙ୍କୁ ଫେସବୁକ୍ ମେସେଞ୍ଜର ଏବଂ ଅନ୍ୟ ସୋସିଆଲ ମିଡିଆରେ ଫସାଇ ଏକୁଟିଆ ଥିବା ବେଳେ ତାଙ୍କୁ ଘରକୁ ଡାକୁଥିଲେ । ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ । ଏହାର କିଛି ସମୟ ପରେ ଗ୍ୟାଙ୍ଗ୍ ର ଅନ୍ୟ ସଦସ୍ୟ ସେଠାରେ ପହଞ୍ଚୁଥିଲେ । ନିଜକୁ ମହିଳାଙ୍କ ସ୍ବାମୀ, ସମ୍ପର୍କୀୟ ତଥା ସ୍ଥାନୀୟ ବାସିନ୍ଦା ବୋଲି ପରିଚୟ ଦେଉଥିଲେ । ମହିଳା ଏବଂ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ କରୁଥିଲେ । ଏହାସହ ପୋଲିସ୍ କେସ୍ କରିବା ଏବଂ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ । ଫସିଥିବା ବ୍ୟକ୍ତିଙ୍କଠାରୁ ଟଙ୍କା ନେଇ ମାମଲା ରଫାଦଫା କରିଦେଉଥିଲେ । ଏହିଭଳି ଅନେକ ଲୋକଙ୍କୁ ଫସାଉିଥିଲେ ଏହି ଗ୍ୟାଙ୍ଗ୍ । ଶେଷରେ ପୋଲିସ ହାତରେ ଧରାପଡିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.