Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବ୍ୟବସାୟୀଙ୍କ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାଶ : ୬ ଅଭିଯୁକ୍ତ ଗିରଫ

12/11/2020 at 4:35 PM

ବରଗଡ ୧୨।୧୧: ବରଗଡ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସୋହେଲା ପୋଲିସ । ସୋହେଲା ପୋଲିସ ଏହି ଘଟଣାରେ ୬ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋହେଲାର ରବି ବରିହା, ବଣ୍ଟି ଦାସ, ରମେଶ ଗଡତିଆ, ନାରାୟଣ ବାଗ ଏବଂ ଖଇରଟ ଗ୍ରାମର ମହେନ୍ଦ୍ର ସାହୁ।

ଗତ ୬ ତାରିଖ ଦିନ ଛତିଶଗଡ ରାୟପୁରରେ ରହୁଥିବା ସୁନା ବ୍ୟବସାୟୀ ସାଗର ଜୈନଙ୍କ ଏସଏସ ଜୁଏଲାରୀର ୨ ଜଣ କର୍ମଚାରୀ ସୁନା ବ୍ୟବସାୟ ପାଇଁ ଏକ କାର୍‌ ଯୋଗେ ବରଗଡ ଜିଲ୍ଲାକୁ ଆସିଥିଲେ। ତେବେ ସେମାନେ ବିଭିନ୍ନ ସୁନା ଦୋକାନରେ ସୁନା ବିକ୍ରି କରି ବରମକେଲାକୁ ଫେରୁଥିଲେ । ରାତି ପ୍ରାୟ ୯ଟାରେ ଅଭିଯୁକ୍ତମାନେ ଏକ କମାଣ୍ଡର ଜିପରେ ଆସି ସେମାନଙ୍କଠାରୁ ୮୦୦ ଗ୍ରାମର ସୁନା ଗହଣା ଏବଂ ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଗହଣା ଦୋକାନ କର୍ମଚାରୀ ଅୱଧ ପତ୍ରେ ।

ଅୱଧଙ୍କ ଅଭିଯୋଗ ଆଧାରରେ ତଦନ୍ତକରି ସୋହେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ କମାଣ୍ଡର ଜିପ୍‌ (ନଂ-ଓଆର ୧୫ଏ ୬୧୮୫)କୁ ଜବତ କରିଛି । ସେହିପରି ଲୁଟ୍‌ ହୋଇଥିବା ସୁନା ଗହଣା, ନଗଦ ଟଙ୍କା ମଧ୍ୟରୁ ପୋଲିସ ୪୬୦ ଗ୍ରାମ ସୁନା ଗହଣା ଏବଂ ନଗଦ ୫୦ ହଜାର ଟଙ୍କା ଉଦ୍ଧାର କରିଛି ।

   Related Posts