Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ୬ ଗିରଫ

28/04/2021 at 5:02 PM

କୋଣାର୍କ ୨୮।୪: ବିଭିନ୍ନ ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ଭୁବନେଶ୍ବର କମିଶନରେଟ୍ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ୬ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଭୁବନେଶ୍ବର ଚନ୍ଦକା ଥାନାର ଏକ ଟିମ୍ କୋଣାର୍କ ଆସି କୋଣାର୍କ ସ୍ଥିତ ଡାଳିମ୍ବ ଗୋରୋଡ଼ି ଗାଁରୁ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ସହ ସେ ବ୍ୟବହାର କରୁଥିବା ଏକ ବାଇକ୍ ମଧ୍ୟ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଭୁବନେଶ୍ବରରୁ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋଣାର୍କରୁ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଚନ୍ଦନ ଜେନା ।  ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଭୁବନେଶ୍ବର, କଟକ, ପୁରୀ, ନିମାପଡା, ପିପିଲି, ଗୋପ ଓ କୋଣାର୍କ ଆଦି ଅଞ୍ଚଳରୁ ମୋବାଇଲ, ସୁନା ଗହଣା ଓ ଅନ୍ୟ ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ଜଡ଼ିତ ଥିଲେ ।

   Related Posts