Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘କେବଳ ସ୍ୱପ୍ନ ଦେଖାଉଛନ୍ତି’, ବଜେଟକୁ ନେଇ ସରକାରଙ୍କୁ ଟାର୍ଗେଟ୍ କଲା ଶିବସେନା

2/02/2021 at 10:49 AM

ମୁମ୍ବାଇ, ୦୨/୦୨:  ବଜେଟ୍ ୨୦୨୧କୁ ନେଇ ଶିବସେନା ନିଜ ମୁଖପତ୍ର ସାମନା ଜରିଆରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି । ଦଳ କହିଛି ଯେ, ସ୍ୱପ୍ନ ଦେଖାଇବା ଓ ସ୍ୱପ୍ନ ବିକ୍ରି କରିବା ମାମଲାରେ ସରକାର ମାହିର । ସ୍ୱପ୍ନର ଦୁନିଆ ତିଆରି କରିବା ଓ ସୋସିଆଲ ମିଡିଆରେ ମାର୍କେଟିଂ କରିବା ସରକାରଙ୍କ କାମ ବୋଲି ଶିବସେନା କହିଛି ।

ସାମନାରେ ଶିବସେନା କହିଛି ଯେ, ଆର୍ଥିକ ଦର ଓ ବିକାଶ ଦରକୁ ବଢାଇବେ ବଦଳରେ ୦ ଓ ୦ ତଳକୁ ସରକାର ଆଣୁଛନ୍ତି । ଆର୍ଥିକ କ୍ଷେତ୍ରରେ ଏପରି ଚିତ୍ର ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ କେବଳ ସ୍ୱପ୍ନ । କରୋନା ସମୟରେ ଦେଶର ହଜାର ହଜାର ଶିଳ୍ପ ବୁଡିଯାଇଛି । ଏହା ଉପରେ ବଜେଟରେ କିଛି ନାହିଁ । ଏସବୁ ଶିଳ୍ପରୁ କିପରି ପୁଣି ଥରେ ସକ୍ଷମ କରାଯିବ ତାହା ବଜେଟରେ ଦେଖିବାକୁ ମିଳିଲା ନାହିଁ ।

ସାମନାରେ ଆହୁରି ମଧ୍ୟ କୁହାଯାଇଛି ଯେ, ବଜେଟରେ ଜନତାଙ୍କୁ କିଛି ଫାଇଦା ମିଳିବ ନାହିଁ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳରେ ଏବେ ବିଧାନସଭା ନିର୍ବାଚନ ରହିଛି । ଏହି ରାଜ୍ୟ ପାଇଁ ଅର୍ଥମନ୍ତ୍ରୀ ବଡ ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି । ସରକାର ଲୋଭ ଦେଖାଇ ନିର୍ବାଚନ ଜିତିବା ପାଇଁ ପ୍ରୟାସ କରୁଛନ୍ତି । ବଜେଟକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଏହାସହ ବଜେଟରେ ମହାରାଷ୍ଟ୍ର ସହ ଭେଦଭାବ ହୋଇଥିବା ଶିବସେନା କହିଛି ।

   Related Posts