ଦୀପିକାଙ୍କୁ ସମର୍ଥନ କଲା ଶିବସେନା...

Published By : Prameya-News7 Bureau | January 12, 2020 IST

ନୂଆଦିଲ୍ଲୀ୧୨/୧:  ଜେଏନୟୁ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଦୀପିକା ପାଦୁକୋନଙ୍କ ସମର୍ଥନରେ ବାହାରିଲା ଶିବସେନା। ତାଙ୍କୁ କେତେକ ରାଜନୈତିକ ଦଳ ସମର୍ଥନ କରୁଥିବେଳେ କେତେକ ଦଳ ମଧ୍ୟ ତାଙ୍କୁ ବିରୋଧ କରୁଛନ୍ତି। ନିକଟରେ ତାଙ୍କ ଅଭିନୀତ ଛପାକ ଫିଲ୍ମ ରିଲିଜ୍‌ ହୋଇଛି। ଫିଲ୍ମର ପ୍ରମୋସନ ଲକ୍ଷ୍ୟରେ ଦୀପିକା ଏମିତି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ରବିବାର ଶିବସେନା ମଧ୍ୟ ଦୀପିକାଙ୍କୁ ଖୋଲଖୋଲି ଭାବେ ସମର୍ଥନ କରିଛି। ଦଳର ସାଂସଦ ତଥା ବରିଷ୍ଠ ନେତା ସଂଜୟ ରାଓ୍ୱତ ଆଜି ଦୀପିକାଙ୍କ ପ୍ରତି ସମର୍ଥନରେ ବାହାରିଛନ୍ତି। ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, ଦେଶ ତାଲିବାନୀ ମାନସିକତାରେ ଚାଲିପାରିବ ନାହିଁ। ଏହାକୁ ନେଇ ଦୀପିକା ଓ ତାଙ୍କ ଚଳଚ୍ଚିତ୍ରକୁ ବୟକଟ୍ କରିବା ଭୁଲ। ଗତ ମଙ୍ଗଳବାର ଦିନ ଦୀପିକା ଜେଏନୟୁରେ ପହଁଚିଥିଲେ। ଏଠାରେ ସେ ଗଣ୍ଡଗୋଳରେ ଆହତ ହୋଇଥିବା ଛାତ୍ରୀ ଆଇସୀ ଘୋଷଙ୍କୁ ସାକ୍ଷାତ କରିଥିଲେ।

ଏହାସହ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ସହ ସାମିଲ ହୋଇଥିଲେ। ତେବେ ସେ କୌଣସି ବୟାନ ଦେଇନଥିଲେ। କିନ୍ତୁ ବିଜେପି ସମେତ କିଛି ରାଜନୈତିକ ଦଳ ଏହାକୁ ବାମପନ୍ଥୀଙ୍କ ସମର୍ଥକ ବୋଲି କହିବା ସହ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଛପାକକୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.