Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଶିବସେନାର ଚାଲେଞ୍ଜ

23/11/2019 at 7:37 PM

ନୂଆଦିଲ୍ଲୀ ୨୩।୧୧: ମହାରାଷ୍ଟ୍ରର ନୂଆ ସରକାର ମାମଲା ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଶିବସେନା, କଂଗ୍ରେସ ଓ ଏନସିପି ଦେବେନ୍ଦ୍ର ଫଡନବୀଶଙ୍କ ଶପଥଗ୍ରହଣ ବିରୋଧରେ ପିଟିସନ ଦାଖଲ କରିଛନ୍ତି। ଏଥିରେ ରାଜ୍ୟରେ ସରକାର ଗଠନ ଲାଗି ଦେବେନ୍ଦ୍ର ପଡନବୀଶଙ୍କୁ ରାଜ୍ୟପାଳ ଭଗତସିଂ କୋଶ୍ୟାରୀଙ୍କ ଆମନ୍ତ୍ରଣକୁ ବାତିଲ କରିବା ଲାଗି ନିବେଦନ କରାଯାଇଛି।

ଏହା ଛଡା ପିଟିସନରେ ରାଜ୍ୟରେ ସରକାର ଗଠନ ଲାଗି ଶିବସେନା, ଏନସିପି ଓ କଂଗ୍ରେସକୁ ଆମନ୍ତ୍ରଣ କରିବା ଲାଗି ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସୁପ୍ରିମକୋର୍ଟଙ୍କୁ ନିବେଦନ  କରିଛନ୍ତି। ମେଣ୍ଟ ନିକଟରେ ୧୪୪ ବିଧାୟକଙ୍କ ସମର୍ଥନ ଥିବା ଆବେଦନକାରୀମାନେ ଜଣାଇଥିବା ବେଳେ ରବିବାର ମହାରାଷ୍ଟ୍ରରେ ଫ୍ଲୋରଟେଷ୍ଟ ଲାଗି ଫଡନବୀଶ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ଆବେଦନକାରୀଙ୍କ ପିଟିସନକୁ କୋର୍ଟ ବିଚାର ଲାଗି ଗ୍ରହଣ କରିଥିବା ବେଳେ ରବିବାର ମାମଲାର ଶୁଣାଣି କରିପାରନ୍ତି ବୋଲି ଜଣାପଡିଛି।

ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀଶ ଶପଥ ପାଠ କରିବା ପରେ ରାଜ୍ୟପାଳ କୋଶ୍ୟାରୀ ଏବେ ଦିଲ୍ଲୀ  ଗସ୍ତରେ ଅଛନ୍ତି।  ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟପାଳ ସମ୍ମିଳନୀରେ ଯୋଗଦେବା ଲାଗି କେଶ୍ୟୋରୀ ଦିଲ୍ଲୀ ଆସିଛନ୍ତି। ସମ୍ମିଳନୀ ସରିବା ପରେ ସୋମବାର ରାଜ୍ୟପାଳ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବେ।

   Related Posts