Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମହାରାଷ୍ଟ୍ର ଭଳି ମଧ୍ୟପ୍ରଦେଶ ଦେଇପାରେ ଝଟକା, ଶିବସେନାର ଏପରି ସତର୍କବାଣୀ କାହା ପାଇଁ?

12/03/2020 at 3:27 PM

ମୁମ୍ବାଇ, ୧୨|୦୩:  ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାର ଗୋଟିଏ ଦିନ ପରେ ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ମତା ଆହୁରି ବୃଦ୍ଧି ପାଇଛି। ସିନ୍ଧିଆଙ୍କ ସମର୍ଥକ ବିଧାୟକମାନେ ମଧ୍ୟ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟରେ ଶାସନାଧିନ କଂଗ୍ରେସ ସରକାର ଚାଲିଯିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। କିନ୍ତୁ ମହାରାଷ୍ଟ୍ରରେ ଏପରି ହେବ ନାହିଁ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି। ତେବେ ଦଳର ମୁଖପତ୍ର ସାମନାରେ କଂଗ୍ରେସକୁ ସମାଲୋଚନା କରାଯାଇଛି।

ଏଥିରେ କୁହାଯାଇଛି ଯେ, ବିଜେପି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦିବାସ୍ୱପ୍ନ ଦେଖିବା ବନ୍ଦ କରୁ। ବିଜେପି କିଛି ମାସ ପୂର୍ବରୁ ଏଠାରେ ଏପରି ଉଦ୍ୟମ କରି ଫେଲ ମାରିଥିଲା। ଗତ ଲୋକସଭା ନିର୍ବାଚନକେ ବିଜେପି ସିନ୍ଧିଆଙ୍କୁ ପରାସ୍ତ କରିଥିଲା। ଏବେ କିନ୍ତୁ ସ୍ୱାଗତ କରୁଛି। ତେବେ କମଲନାଥ ସରକାରରେ ତିଷ୍ଠି ରହିବା ପାଇଁ ପ୍ରୟାସ କରିବା ଉଚିତ। ତେବେ କଂଗ୍ରେସ ସିନ୍ଧିଆଙ୍କୁ ଉପଯୁକ୍ତ ସମ୍ମାନ ନଦେଇଥିବାରୁ ସାମନାରେ ସମାଲୋଚନା କରାଯାଇଛି।

ଆହୁରି କୁହାଯାଇଛି ଯେ, ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଗାଡି ଶକ୍ତିଶାଳୀ ଅଟେ। ଏହାକୁ ଭାଙ୍ଗିବା ସହଜ ନୁହେଁ। ସିନ୍ଧିଆ ୮ ମାସ ପୂର୍ବରୁ ବିଜେପିକୁ ଗଣତନ୍ତ୍ରର ହତ୍ୟାକାରୀ କହିଥିଲେ। ଏବେ ସେହି ଦଳରେ ସାମିଲ ହୋଇଛନ୍ତି ବୋଲି ସାମନାରେ କୁହାଯାଇଛି।

ସିନ୍ଧିଆ ମଙ୍ଗଳବାର ନିଜର ୨୨ ଜଣ ସମର୍ଥକ ବିଧାୟକଙ୍କୁ ଧରି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଫଳରେ ୧୪ ମାସ ଧରି ଶାସନରେ ଥିବା କମଲନାଥ ସରକାରଙ୍କ ପ୍ରତି ବିପଦ ଘନେଇଛି। ଏପରିକି ସରକାର ଚାଲିଯିବା ନେଇ ଅଙ୍କକଷା ଆରମ୍ଭ ହୋଇଛି।

   Related Posts