ମହା ଶିବରାତ୍ରିରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ, ବାବା ଧବଳେଶ୍ୱର ମନ୍ଦିରରେ ଜାଗର ପାଇଁ ଲାଗୁ ହୋଇଛି ୧୪୪ ଧାରା

Published By : Prameya-News7 Bureau | March 11, 2021 IST

ଆଠଗଡ, ୧୧/୦୩ : ଗୁରୁବାର ହେଉଛି ପବିତ୍ର ମହାଶିବରାତ୍ରୀ। ଏହି ଅବସରରେ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। କିନ୍ତୁ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହୋଇଛି । ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ବାବା ଧବଳେଶ୍ଵର ପୀଠରେ ମହାଶିବରାତ୍ରୀ ପାଳନ ହେବ ।

ପୀଠରେ ଦିନରେ ଚାରି ଧୂପ ପାଞ୍ଚ ଅବକାଶ ନୀତି ସମାପନ ପରେ ସଂଧ୍ୟା ଧୂପ ପରେ ଚାରି ପ୍ରହର ପୂଜା ହେବ । ପ୍ରଥମ ପ୍ରହର ଅଭିଷେକ, ଦ୍ଵିତୀୟ ପ୍ରହର ପୂଜା ସହିତ ମହାଦୀପ ପ୍ରସ୍ତୁତି ରାତି ୧୧ଟା ପରେ ତୃତୀୟ ପ୍ରହର ନୀତି କରାଯାଇ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିରେ ବାବାଙ୍କର ଅତି ପ୍ରିୟ ମାଣ୍ଡୁଅ ଭୋଗ ଲାଗି ହେବ ।

ବେଢ଼ା ପରିକ୍ରମା ହରିହର ଭେଟ କରାଯାଇ ଶେଷରେ ରାତି ୧୨ଟା ପରେ ଉଠିବ ମହାଦୀପ। ଏନେଇ ପୂର୍ବ ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତ ବର୍ଷ କିନ୍ତୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବାବାଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.