Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିବରାଜ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟାରେ ନେବେ ଶପଥ !

ଭୋପାଳ, ୨୩|୦୩ ମଧ୍ୟପ୍ରଦେଶରେ ଗତ ୩ ସପ୍ତାହ ଧରି ଚାଲିଥିବା ରାଜନୈତିକ ଡ୍ରାମା ଶେଷ ହେବାକୁ ଯାଉଛି। ଶିବରାଜ ସିଂ ଚୌହ୍ୱାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଜଭବନରେ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

ସୂତ୍ରାନୁସାରେ, ଶିବରାଜ ମଧ୍ୟ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ। ସଂନ୍ଧ୍ୟା ୬ଟାରେ ଭୋପାଳରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏଥିରେ ଶିବରାଜଙ୍କୁ ନେତା ଭାବେ ନିର୍ବାଚିତ କରାଯିବ। ବିଧାୟକ ଦଳର ମୋହର ବାଜିବା ପରେ ସେ ଶପଥ ଗ୍ରହଣ କରିବେ। ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ।

ରାଜ୍ୟରେ କଂଗ୍ରେସ ସରକାର ଅଳ୍ପମତ ହେବା ପରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ତାଙ୍କ ସମର୍ଥକ ୬ ମନ୍ତ୍ରୀ ଓ ୧୬ ବିଧାୟକଙ୍କୁ ବିଜେପି ସ୍ୱାଗତ କରିଥିଲେ। ଏବେ ୨୨ଜଣ ସିନ୍ଧିଆ ସମର୍ଥକ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଏହାପରେ ବିଜେପିର ସରକାର ଗଠନ ରାସ୍ତା ସଫା ହୋଇଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସସପେନ୍ସ ଲାଗି ରହିଥିଲା। ନରୋତ୍ତମ ମିଶ୍ର, କୈଳାଶ ବିଜୟବର୍ଗୀୟ, ନରେନ୍ଦ୍ର ସିଂ ତୋମାଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଥିଲା।

   Related Posts