କମୁଛି ଶିବରାଜଙ୍କ ଦବଦବା ! ମିଶ୍ରଣ ପର୍ବରେ ଉପସ୍ଥିତ ନଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାସ୍ତାର କଣ୍ଟା ହେଉଛନ୍ତି କି ସିନ୍ଧିଆ ?

Published By : Prameya-News7 Bureau | March 21, 2020 IST

ଭୋପାଳ, ୨୧|୦୩:     କମଲନାଥ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଆସ୍ଥା ଭୋଟ ପୂର୍ବରୁ ସେ ମଇଦାନ ଛାଡିଛନ୍ତି। ସେପଟେ ବିଜେପିର ନେତା, ବିଧାୟକ ଓ କର୍ମୀ ମିଠା ବାଣ୍ଟି ଖୁସି ମନାଉଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଦଳ ଅଧିକ ମଜବୁତ ହେବ ବୋଲି ସେମାନେ ଦାବି କରୁଛନ୍ତି। ତେବେ ମଧ୍ୟ ପ୍ରଦେଶରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଦବଦବା କମିବାରେ ଲାଗିଛି।

wp:core-embed/twitter {"url":"https://twitter.com/JM_Scindia/status/1241345643915837441","type":"rich","providerNameSlug":"twitter","className":""}
https://twitter.com/JM_Scindia/status/1241345643915837441
/wp:core-embed/twitter

ଆଜି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ କଂଗ୍ରେସ ଛାଡିଥିବା ବିଧାୟକମାନେ ପଦ୍ମ ପୋଖରୀରେ ପ୍ରବେଶ କରିଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଲା ଯେ ଏହି ମିଶ୍ରଣ ପର୍ବରେ ଶିବରାଜ ସିଂ ଉପସ୍ଥିତ ନଥିଲେ। ତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା।

{"id":242212,"width":754,"height":391,"sizeSlug":"large"}

ଶନିବାର ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଅନ୍ୟ କିଛି କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବର ଫଟୋକୁ ଜ୍ୟୋତିରାଦିତ୍ୟ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି। କିନ୍ତୁ ଶିବରାଜ ସିଂ ଚୌହ୍ୱାନ ଏନେଇ କିଛି କହି ନାହାଁନ୍ତି। ନିଜ ଟ୍ୱିଟର ପେଜରେ ବିଜେପି ରାଜନୀତିର ସମସ୍ତ ମୁଭମେଣ୍ଟ୍ ପୋଷ୍ଟ କରୁଥିବା ଶିବରାଜ ଏକଦମ ନୀରବ ରହିଛନ୍ତି। ସେ ଏହି ମିଶ୍ରଣ ବାବଦରେ ଏବେ ସୁଦ୍ଧା କୌଣସି ପୋଷ୍ଟ କରି ନାହାଁନ୍ତି।

wp:core-embed/twitter {"url":"https://twitter.com/BJP4India/status/1241357525296930817","type":"rich","providerNameSlug":"twitter","className":""}
https://twitter.com/BJP4India/status/1241357525296930817
/wp:core-embed/twitter

ଏହି ସମସ୍ତ ଘଟଣାକୁ ଦେଖିଲେ ଶିବରାଜ ମିଶ୍ରଣ ପର୍ବ ବାବଦରେ ଜାଣିଥିଲେ ନା ନାହିଁ ତାକୁ ନେଇ ବିରାଟ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇଥିଲା ନା ନାହିଁ ତାହା ମଧ୍ୟ କହିବା ମୁସ୍କିଲ ହୋଇ ପଡିଛି। ଏତେ ବଡ ହେଭିଓ୍ୱେଟ ନେତାଙ୍କୁ ବିଜେପି ଯେ ଡାକି ନଥିବ ତାହା ବିଶ୍ୱାସ ମଧ୍ୟ କରି ହେଉନାହିଁ। ତେବେ ଶିବରାଜଙ୍କ ରାସ୍ତାରେ ସିନ୍ଧିଆ କଣ୍ଟା ହେବେ ବୋଲି ଆଶଙ୍କା କରାଯାଉଛି। କାରଣ ସିନ୍ଧିଆ ହିଁ ନିରନ୍ତର ଭାବେ କଂଗ୍ରେସରେ ଥିଲା ବେଳେ ଶିବରାଜଙ୍କୁ ଚେକ ଦେଇ ଆସିଥିଲେ। ବିଜେପି ଏଠାରେ ବିଧାନସଭା ନିର୍ବାଚନରେ ହାରିବା ପଛରେ ସିନ୍ଧିଆଙ୍କ ରଣନୀତି ହିଁ କାମ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.