କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନରେ ‘ମହାଭାରତ’ ପୋଷ୍ଟର ,୧ ଗିରଫ,ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | August 07, 2019 IST

ଇସ୍ଲାମାବାଦ ୭।୮:  ପାକିସ୍ତାନ ରାଜଧାନୀ ଇସ୍ଲାମାବାଦର ସମ୍ବେଦନଶୀଳ ଅଞ୍ଚଳ ସମେତ ପ୍ରେସ କ୍ଲବ ସମ୍ମୁଖରୁ ପୋଲିସ ମଙ୍ଗଳବାର ଅନେକ ଫ୍ଲେକ୍ସ ପୋଷ୍ଟର ଓ ବ୍ୟାନର ଜବତ କରିଛି। ମାମଲାରେ ଜଣକୁ ଗିରଫ କରାଯାଇଥିବା ବେଳେ ଏହି ସବୁ ପୋଷ୍ଟର ଓ ବ୍ୟାନରରେ ବିଭାଜନ ପୂର୍ବ ଭାରତର ବିସ୍ତୃତ ମାନଚିତ୍ର ରହିଛି। ଏଥିରେ ଜନୈକ ଭାରତୀୟ ରାଜନେତାଙ୍କ ଛବି ଏବେ ଦେଶରେ ମହାଭାରତ ସୃଷ୍ଟି କରିଛି।

{"id":141906,"width":583,"height":1265}

କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା କେବଳ କାଶ୍ମୀର ଅଥବା ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ନାଗରିକଙ୍କୁ ବେଶ ଉତ୍ସାହିତ କରିଛି। ଭାରତ ସମ୍ବିଧାନର ଏହି ଧାରା ସମାପ୍ତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ଉତ୍ସବର ଫଟୋ ଥାଇ ବ୍ୟାନର ଓ ପୋଷ୍ଟର ରାଜଧାନୀ ଇସ୍ଲାମାବାଦ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଲଗାଯାଇଥିବା ଦେଖା ଯାଇଛି। ତେବେ ଇସ୍ଲାମାବାଦ ପ୍ରେସ କ୍ଲବ ସମ୍ମୁଖରେ ଲାଗିଥିବା ଫ୍ଲେକ୍ସ ପୋଷ୍ଟର କେହି ଜଣେ ଭିଡିଓ ରେକର୍ଡିଂ କରି ସୋସାଲମିଡିଆରେ ଭାଇରାଲ କରିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତି ଲେଖିଛନ୍ତି ‘ ଇଣ୍ଡିଆ ଇସ୍ଲାମାବାଦରେ ଆସି ଏଭଳି ପୋଷ୍ଟର ଲଗାଇଛି, ଆମେ ଦିଲ୍ଲୀ ଅଥବା ମୁମ୍ବାଇ ଯାଇ ଏଭଳି ପୋଷ୍ଟର ଲଗାଇ ପାରିବା କି? ଆମର ପିଏମ ଇମ୍ରାନ ଖାନ ଅଥବା ଆର୍ମି କେବେ କହିବନି ଯେ ..ଯଦି ଆମେ କରିପାରୁନେ ତେବେ କମସେ କମ୍ ସେମାନଙ୍କୁ ବି କରିବାକୁ ବି ଦେବାନି’।  

{"id":141915}

ଅଖଣ୍ଡ ଭାରତର ମାନଚିତ୍ର ଥାଇ ଏହି ବ୍ୟାନର ଓ ପୋଷ୍ଟରଗୁଡିକରେ ପାକିସ୍ତା, ଆଫଗାନିସ୍ତାନ ଓ ବାଂଲାଦେଶର ବର୍ତ୍ତମାନର ରାଜ୍ୟମାନଙ୍କର ନକ୍ସା ବି ରହିଛି। ତେବେ ଏଥିରେ ଯାହାକୁ ନେଇ ବିବାଦ ଦେଖାଦେଇଛି ତାହା ହେଉଛି ବଲୁଚିସ୍ତାନ ନେଇ ଚେତାବନୀ। ଏଥିରେ ଶିବସେନା ବିଧାୟକ ସଞ୍ଜୟ ରାବତଙ୍କ ଛବି ସହ ତାଙ୍କ ବକ୍ତବ୍ୟ ବି ରହିଛି। ଯେଉଁଥିରେ ସେ କହିଛନ୍ତି ଯେ ‘ଆଜି କାଶ୍ମୀରରେ ହେଲା କାଲି ବଲୁଚସ୍ତାନରେ ବି ହେବ। ଅଖଣ୍ଡ ଭାରତର ସ୍ୱପ୍ନ ଭାରତର ପ୍ରଧାନମନ୍ତ୍ରୀ ପୁରା କରିବେ।’

{"id":141917}

ଜାତୀୟ ସମ୍ବାଦପତ୍ର ‘ଡନ’ ଅନୁସାରେ ଏହି ସବୁ ବ୍ୟାନର ଓ ପୋଷ୍ଟର ମଙ୍ଗଳବାର ପ୍ରଥମେ ପ୍ରେସ କ୍ଲବ, ସେକ୍ଟର ଏଫ-୬ ସମ୍ମୁଖ ମୁଖ୍ୟ ରାସ୍ତା ଓ ଆବପରା ଚୌକରେ ଲାଗିଥିବା ଦେଖାଯାଇଥିଲା। ହେଲେ କେହି ଏହାର ବିରୋଧ ତ ଦୂରର କଥା ପ୍ରତିବାଦ  ବି କରୁ ନଥିଲେ। ପୋଷ୍ଟର ଓ ବ୍ୟାନର ସମ୍ପର୍କରେ ଜଣାପଡିବାର ୫ ଘଣ୍ଟା ପରେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ଏଣୁ ଇସ୍ଲାମାବାଦ ଜିଲ୍ଲା ମାଜିଷ୍ଟ୍ରେଟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.