Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

କାଶ୍ମୀର ପୁନର୍ଗଠନ ଓ ୩୭୦ଧାରା ଉଚ୍ଛେଦ ପରେ କାଶ୍ମୀର, ଜାମ୍ମୁ ଓ ଲଦାଖର ସ୍ଥିତି କଣ ରହିଛି ଜାଣନ୍ତୁ…

5/08/2019 at 8:50 PM

ଶ୍ରୀନଗର୫|୮: ଧାରା ୩୭୦ ଉଠିବା ନେଇ ପାର୍ଲାମେଣ୍ଟରେ ଝଡ଼ ବହୁଥିବା ବେଳେ ସେପେଟ କାଶ୍ମୀରରେ କିନ୍ତୁ ଦେଖିବାକୁ ମିଳିଥିଲା ଅଭୂତପୂର୍ବ ନିସ୍ତବଧତା। କିନ୍ତୁ ଲେହ ଓ ଜାମ୍ମୁରେ ଆଜି ହୋଇଛି ସେଲିବ୍ରେସନ।

ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପିଡିପି ସାଂସଦ ପାର୍ଲାମେଣ୍ଟରେ ସାର୍ଟ ଚିରିଛନ୍ତି।  ଆଉ ସେପଟେ ଶ୍ରୀନଗରରୁ ପ୍ରତିକ୍ରିୟା ପ୍ରକାଶ କରୁଥିଲେ ପିଡିପି ମୁଖିଆ ମେହବୁବା ମୁଫତି। ଗତକାଲିର ସର୍ବଦଳୀୟ ବୈଠକ ପରେ ଚେତାବନୀ ଦେଇଥିଲେ ଯଦି କେନ୍ଦ୍ର ସରକାର ସେମିତି କିଛି କରନ୍ତି ତାହେଲେ ବିପର୍ଯ୍ୟୟ ହେବ। ଗତକାଲି ଗୃହବନ୍ଦୀ ଥିବା ମେହବୁବା ମୁଫତି ଆଜି ଧାରା ୩୭୦ ଉଠିବା ପରେ ଅଡିଓ ମେସେଜ ଛାଡ଼ିଥିଲେ । କହିଥିଲେ ଏହା ତାଙ୍କ ପାଇଁ କଳା ଦିବସ। ପୂର୍ବପୁରୁଷମାନେ ପାକିସ୍ତାନରେ ମିଶିଯାଇଥିଲେ ଭଲ ହୋଇଥାନ୍ତା ବୋଲି ମେହବୁବା କହିଛନ୍ତି। ଏବେ ପୁଣି ସଂଗ୍ରାମ କରିବେ ବୋଲି କହିଛନ୍ତି। ସେହିପରି ଓମାର ଅବଦୁଲ୍ଲା ମଧ୍ୟ ଏହାକୁ ନିନ୍ଦା କରି ଏକ ମେସେଜ ଦେଇଛନ୍ତି। ଶେଷଗୃହବନ୍ଦୀ ଥିବା ଦୁଇ ନେତାଙ୍କୁ ଗିରଫ କରାଯାଇଛି ।

ତେବେ ଲଦାଖର ଦୃଶ୍ୟ ଥିଲା ଭିନ୍ନ। ଲେହ୍‌ରେ ସେଲିବ୍ରେଟ କରୁଛନ୍ତି ଜନତା। ଲଦାଖକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା। ଯାହାକୁ ଲଦାଖବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ।  ଆଜି ଯେତେବେଳେ ପାର୍ଲାମେଣ୍ଟରେ ଧାରା ୩୭୦ ଉଚ୍ଛେଦ ହୋଇଛି ଲଦାଖ ବାସୀ ନାଚରେ ମସଗୁଲ ହୋଇଛନ୍ତି।ସେହିପରି ଜାମ୍ମୁରେ ବି ଦେଖାଦେଇଛି ସେଲିବ୍ରେସନ। ଲୋକେ ଏହାକୁ ସ୍ବାଗତ କରିଛନ୍ତି।

 ହେଲେ ଶ୍ରୀନଗରର ଦୃଶ୍ୟ ଥିଲା ଚିନ୍ତାଜନକ। ଏଠାରେ ଦେଖାଦେଇଛି ନିସ୍ତବଧତା। ରାସ୍ତା ଘାଟ ଶୁନଶାନ। ଆଉ ଆଜିର ନିଷ୍ପତ୍ତି ପରେ କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି। ଯଦିଓ ରାସ୍ତାକୁ ଆସିଥିବା କିଛି ଲୋକ ଧାରା ୩୭୦ ଉଚ୍ଛେଦକୁ ନାପସନ୍ଦ କରିଛନ୍ତି।

ପୂରା କାଶ୍ମୀର ଉପରେ ରହିଛି ନଜର। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତୁରନ୍ତ କାଶ୍ମୀର ଗସ୍ତ କରିଛନ୍ତି। ସେଠାକାର ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି।

   Related Posts