Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଜିଏସଟି ବୈଠକ ପରେ ଅର୍ଥମନ୍ତ୍ରୀଙ୍କ ଘୋଷଣା, ଆଜି ରାତିରେ ରାଜ୍ୟଗୁଡିକୁ ମିଳିବ ୨୦ ହଜାର କୋଟି ଟଙ୍କା

5/10/2020 at 9:45 PM

ନୂଆଦିଲ୍ଲୀ ୦୫।୧୦: ବସ୍ତୁ ଓ ସେବା କରି(ଜିଏସଟି) ପରିଷଦର ବୈଠକ ଆଜି ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାତି ସୁଦ୍ଧା କ୍ଷତିପୂର୍ତ୍ତି ଉପକରରୁ ପ୍ରାପ୍ତ ୨୦ ହଜାର କୋଟି ଟଙ୍କା ରାଜ୍ୟକୁ ବିତରଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହ ଜିଏସଟି ପରିଷଦ ୨୦୨୨ ଜୁନ ପରେ ମଧ୍ୟ ସାମଗ୍ରୀ ଉପରେ କ୍ଷତିପୂର୍ତ୍ତି ଉପକର ଜାରି ରଖାଯିବ ବୋଲି ନିର୍ଣ୍ଣୟ ନେଇଛି। ଅକ୍ଟୋବର ୧୨ରେ ଜିଏସଟି ପରିଷଦର ପୁଣି ଥରେ ବୈଠକ ହେବ। ଏଥିରେ ରାଜ୍ୟକୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଆଲୋଚନା କରାଯିବ।

ବୈଠକରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ସୀତାରମଣ କହିଛନ୍ତି ୨୧ ରାଜ୍ୟ କେନ୍ଦ୍ର ଦ୍ଵାରା ଦିଆଯାଇଥିବା ପ୍ରସ୍ତାବ ସ୍ଵୀକାର କରିଛନ୍ତି। ମାତ୍ର କିଛି ରାଜ୍ୟ କୌଣସି ବିକଳ୍ପ ଚୟନ କରି ନାହାନ୍ତି। ସେଥିପାଇଁ ଏହି ପ୍ରସଙ୍ଗରେ ଆହୁରି ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଛି। ସୀତାରମଣ କହିଛନ୍ତି ୨୪୦୦୦ କୋଟି ଟଙ୍କାର ଆଇଜିଏସଇଟି ସେହି ରାଜ୍ୟଗୁଡିକୁ ଦିଆଯିବ ଯାହାଙ୍କୁ ପୂର୍ବେ କମ ଅର୍ଥ ମିଳିଥିଲା। ଏହାକୁ ଆଗାମୀ ସପ୍ତାହରେ ଜାରି କରାଯିବ ବୋଲି ସୀତାରମଣ କହିଛନ୍ତି।

ବୈଠକରେ ସ୍ଥିର ହୋଇଛି ଯେ ଲଗଜରୀ ଓ ଅନ୍ୟ ପ୍ରକାରର ବସ୍ତୁ ଉପରେ  ଲାଗୁଥିବା କମ୍ପେନସେସନ ସେସ୍‌ ବା କ୍ଷତିପୂର୍ତ୍ତି ଉପକରକୁ ୨୦୨୨ ଜୁନ ପରେ ମଧ୍ୟ ଜାରି ରଖାଯିବ। ଅର୍ଥାତ କାର, ସିଗାରେଟ୍ ପରି ଉତ୍ପାଦ ଉପରେ କ୍ଷତିପୂର୍ତ୍ତି ଉପକର ଆଗକୁ ମଧ୍ୟ ଜାରି ରହିବ। ରାଜ୍ୟଗୁଡିକୁ କ୍ଷତିରୁ ବଞ୍ଚାଇବା ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଆମେ ରାଜ୍ୟକୁ କ୍ଷତିପୂରଣ ଟଙ୍କା ଦେବାକୁ ମନା କରୁନାହୁଁ। ହେଲେ କରୋନା ସଙ୍କଟ କାରଣରୁ ଏମିତି ସ୍ଥିତି ଉତ୍ପନ ହୋଇଛି ଯାହାକୁ ପୂର୍ବରୁ କେବେ କଳ୍ପନା କରାଯାଇନଥିଲା। ବର୍ତ୍ତମାନ ସ୍ଥିତି ଏମିତି ନାହିଁ ଯେ କେନ୍ଦ୍ର ସରକାର ଫଣ୍ଡ ଉପରେ କବ୍‌ଜା କରି ବସିଛି ଏବଂ ରାଜ୍ୟକୁ ଦେବାକୁ ମନା କରୁଛି।

ଉଲ୍ଲେଖନୀୟ ରାଜ୍ୟ ପ୍ରାୟ ୨.୩୫ ଲକ୍ଷ କୋଟି ଟଙ୍କାର ଜିଏସଟି ବକେୟା କ୍ଷତିପୂରଣ ଦେବାକୁ କେନ୍ଦ୍ରଠାରେ ଦାବି କରିଛନ୍ତି। ହେଲେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଉଧାର ନେବାର ବିକଳ୍ପ ପ୍ରଦାନ କରିଛି। କିନ୍ତୁ କେନ୍ଦ୍ରର ଏହି ପ୍ରସ୍ତାବକୁ ରାଜ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି।

   Related Posts