ହୋଇପାରୁନି ଓଡ୍ରାଫ୍ ଯବାନ ସୀତାରାମଙ୍କ ଅନ୍ତିମ ସଂସ୍କାର, ପରିବାରର ଦାବି- 'ସହିଦ ଘୋଷଣା କରନ୍ତୁ ସରକାର'

Published By : Prameya-News7 Bureau | September 26, 2021 IST

କରଞ୍ଜିଆ,୨୬/୦୯:  ପୈତୃକ ଗାଁରେ ପହଁଚିଲା ମୃତ ଓଡ୍ରାଫ ଯବାନ ସୀତାରାମଙ୍କ ମୃତଦେହ ।ତେବେ ସହିଦ ଘୋଷଣା ନ ହେଲା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଅନ୍ତିମ ସଂସ୍କାର ଦାବି ରଖିଛନ୍ତି ପରିବାର ଲୋକେ ।

ମହାନଦୀର ମୁଣ୍ଡଳି ଠାରେ ଗଜ ଉଦ୍ଧାର ଅପରେସନ ବେଳେ ବୋଟ୍ ଟ୍ରାଜେଡିରେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପ୍ରାଣହାନୀ ଘଟିଥିଲା । ଶନିବାର ମୃତଦେହ ମିଳିବା ପରେ ତାଙ୍କ ନିଜ ଗାଁରେ ଶୋକର ଛାୟା ଖେଳି ଯାଇଥିଲା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଡାକଇପାଳ ଗାଁର ମୁକ୍ତାଝରି ସାହିରେ ତାଙ୍କ ଘର ହୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଗାଁକୁ ପହଞ୍ଚିଥିଲା ।

ହେଲେ ରବିବାର ସକାଳେ ସୀତାରାମଙ୍କ ପରିବାର ଲୋକେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଶେଷକୃତ୍ୟ ସମ୍ପନ୍ନ କରିବା ସହ ସୀତାରାମଙ୍କୁ ସହିଦ ଘୋଷଣା ନକଲା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର କରାଇ ଦେବେନାହିଁ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ତାଙ୍କ ସ୍ତ୍ରୀ କହିଛନ୍ତି କି, ସରକାର ତାଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରନ୍ତୁ ଓ ତାଙ୍କୁ ସରକାରୀ ଚାକିରୀ ମିଳୁ ବୋଲି ସେ ଅଡ଼ି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.