ମୁଣ୍ଡଳିରେ ଓଡ୍ରାଫ୍ ବୋଟ୍ ଓଲଟିବା ଘଟଣା, ମିଳିଲା ମୃତଦେହ, ଓଡ୍ରାଫ୍ ବୁଡ଼ାଳି ସୀତାରାମ ମର୍ମୁଙ୍କ ହୋଇଥିବା ସନ୍ଦେହ

Published By : Prameya-News7 Bureau | September 25, 2021 IST

କଟକ ୨୫।୦୯: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା । ନଦୀକୂଳରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି । ତେବେ ମୃତଦେହଟି ନିଖୋଜ ଓଡ୍ରାଫ୍ ବୁଡ଼ାଳି ସୀତାରାମ ମର୍ମୁଙ୍କ ହୋଇଥିବା ସନ୍ଦେହ କରାଯାଉଛି । ବୋଟ୍ ବୁଡିବା ପରଠୁ ସୀତାରାମ ନିଖୋଜ ଅଛନ୍ତି । ବିଳମ୍ବିତ ରାତିରେ ଏକ ମୃତ ଦେହ ମହାନଦୀରୁ ମିଳିଛି । ଓଡ୍ରାଫ୍ ଅଣ୍ଡର ୱାଟର ଡ୍ରାଇଭର ଥିଲେ ସୀତାରାମ ମୁର୍ମୁ ।

ଖବର ଅନୁଯାୟୀ, ମୁଣ୍ଡଳୀ ବ୍ରିଜ୍‌ ନିକଟରେ ହାତୀ ଘଉଡ଼ାଉବା ବେଳେ ବୋଟ ବୁଡି ପରେ ଦଉଡି ସାହାଯ୍ୟରେ ଉପରକୁ ଆସୁଥିବା ବେଳେ ଖସି ପଡି ନିଖୋଜ ହୋଇଯାଇଥିଲେ ସୀତାରାମ । ଏହି ଘଟଣାରେ ଗୁରୁତର ହୋଇପଡ଼ିଥିବା ୩ ଜଣଙ୍କୁ ଏସ୍ ସିବି ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯାଉଛି ।

ସେପଟେ ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଦନ୍ତାହାତୀ ଶେଷରେ ଆଖିବୁଜିଛି। ମହାନଦୀର ପାଣିରେ ଭାସି ଭାସି ସେ ନୂଆ ଶାସନ ନିକଟରେ ଲାଗିଥିବା ସୂଚନା ମିଳିଛି। ଶୁକ୍ରବାର ଭୋର ପ୍ରାୟ ୪ଟାରୁ ମୁଣ୍ଡଳି ବ୍ୟାରେଜର ମଝିଆମଝି ସ୍ଥାନରେ ଫସି ରହିଥିବା ହାତୀକୁ କୂଳ ଆଡକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଦିନ ପ୍ରାୟ ଗୋଟାଏ ଯାଏ ପ୍ରୟାସ ଜାରି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.