Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରକ୍ଷା କଲେ ବଜରଙ୍ଗବଲି : ମଝି ନଦୀରେ ଫସିଗଲା ବିଧାୟକଙ୍କ ଷ୍ଟିମର, ଭୟରେ ହନୁମାନ ଚାଳିଶା ପଢିବାକୁ ଲାଗିଲେ ବିଧାୟକ

18/08/2020 at 10:33 AM

ସୀତାପୁର ୧୮/୦୮ : ଉତ୍ତର ପ୍ରଦେଶ ସୀତାପୁରରେ PAC ଷ୍ଟିମର ବନ୍ୟା ଅଞ୍ଚଳରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଯାଇଥିବା ବିଜେପି ବିଧାୟକ ଜ୍ଞାନ ତିୱାରୀଙ୍କ ଷ୍ଟିମର ଘାଘରା ନଦୀରେ ଫସିଯାଇଥିଲା | ଷ୍ଟିମର ନଦୀରେ ଫସିଯିବା ପରେ ଜ୍ଞାନ ତିୱାରୀ ଭୟରେ ଥରହର ହୋଇଗଲେ | ଏହି ସଙ୍କଟ ସମୟରେ ବିଧାୟକ ସଙ୍କଟମୋଚନ ହନୁମାନଙ୍କୁ ମାନେ ପକାଇଥିଲେ | ଏହାପରେ ସେ ଜୋର ଜୋରରେ ହନୁମାନ ଚାଳିଶା ପଢିବା ଆରମ୍ଭ କରିଥିଲେ | ଏହାପରେ କୌଣସି ପ୍ରକାରେ ବିଧାୟକଙ୍କ ଷ୍ଟିମର ନଦୀ ପାରି କରିଥିଲା | ଷ୍ଟିମରକୁ ପିଏସି ଯବାନ ବାହାର କରି ଘାଘରା ନଦୀ କୁଳକୁ ନେଇଆସିଥିଲେ |

ସୂଚନାଯୋଗ୍ୟ ଯେ, ବିଜେପି ବିଧାୟକ ଜ୍ଞାନ ତିୱାରୀ ବନ୍ୟାଗ୍ରସ୍ତ ଅଞ୍ଚଳକୁ ରିଲିଫ ସାମଗ୍ରୀ ବାଣ୍ଟିବା ପାଇଁ ଅନ୍ଧପୁର ଯାଇଥିଲେ | ପିଏସିର ଷ୍ଟିମରରେ ୧୦ ଜଣ ଥିଲେ | ଏସଡ଼ିଏମ, ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ | ଏତିକିବେଳେ ମଝିଧାରରେ ଷ୍ଟିମର ଫସିଯାଇଥିଲା | ବିଧାୟକ ଜ୍ଞାନ ତିୱାରୀ ଏତେ ଡରିଗଲେ ଯେ ତାଙ୍କୁ ହନୁମାନ ମନେପଡିଗଲେ | ଜ୍ଞାନ ତିୱାରୀ ତୁରନ୍ତ ହନୁମାନ ଚାଳିଶା ପାଠ କରିଥିଲେ | ଯେକୌଣସି ପ୍ରକାରେ ବିଧାୟକଙ୍କ ଡଙ୍ଗା ନଦୀ ପାର କରିଥିଲା | ଘାଘରାରେ ପିଏସି ଷ୍ଟିମର ନଦୀ ବାଲିରେ ପାଖାପାଖି ୧୦ ମିନିଟ ଯାଏଁ ଫସି ରହିଥିଲା |

ଉତ୍ତର ପ୍ରଦେଶର ୧୫ ଜିଲ୍ଲା ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି | ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି | ସୀତାପୁର ମଧ୍ୟ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି | ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ପହଞ୍ଚାଇବା କାମ ଚାଲିଛି | ଜନପ୍ରତିନିଧି ନିଜ ନିଜ ସ୍ଥରରେ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରୁଛନ୍ତି |

   Related Posts