Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଶିବବିବାହ ପାଇଁ ଆଖଣ୍ଡଳମଣି ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି, ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଅନୁଷ୍ଠିତ

15/06/2021 at 9:26 AM

ଚାନ୍ଦବାଲି,୧୫/୦୬: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ଆରଡି ଆଖଣ୍ଡଳମଣି ପୀଠଙ୍କ ମନ୍ଦିରରେ ମଙ୍ଗଳବାର ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି।

ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହେବା ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ୨ୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା। ତାହାସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢୀ  ପିନ୍ଧାଯାଇଥିଲା।  ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି।

ପୂର୍ବପରି ବାଜା, ବାଣ ଓ ରୋଷଣୀ ଉପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲାଗିଥିବାରୁ ମାଙ୍ଗଳିକ ବାଦ୍ୟ ଓ ଘଣ୍ଟଘଣ୍ଟା ଦ୍ବାରା ମନ୍ଦିର ବେଢା ପରିକ୍ରମା କରାଯାଇ ବର ଘରେ ପହଁଚିବ। ସେଠାରେ ବୈଦିକ ରୀତିନୀତିରେ ବରଧରା ବରଣୀ କାର୍ଯ୍ୟ କରାଯିବା ପରେ ବରାନୁଗମନ ଶୋଭାଯାତ୍ରା କନ୍ୟାଘର ଅଭିମୁଖେ ବାହାରିବ। ମହାମାରୀ କରୋନାର ଭୟଭୟତାକୁ ପୀଠରେ ୧୪୪ଧାରା ଜାରୀ କରାଯିବା ସହ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

   Related Posts