ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଜୋରଦାର ପ୍ରସ୍ତୁତି ; ଯାତ୍ରାର ମୁଖ୍ୟ ଆକର୍ଷଣ କିନ୍ନର ଫେସନ ସୋ, ଲୋକଙ୍କ ମନୋରଞ୍ଜନ କରିବେ ୫୬ଟି ସାଂସ୍କୃତିକ ଦଳ

Published By : Prameya-News7 Bureau | June 02, 2019 IST

ସମ୍ବଲପୁର ୨|୬: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ଆଉ ଦିନ କେଇଟା ବାକି । ସେଥିପାଇଁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ଏ ବର୍ଷ ପ୍ରାୟ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ରହିଛି । ଯାତ୍ରାର ମୁଖ୍ୟ ଆକର୍ଷଣ କିନ୍ନର ଫେସନ ସୋ ପାଇଁ ବିଭିନ୍ନ ସ୍ଥାନରୁ କିନ୍ନରମାନଙ୍କ ସମାବେଶ ଦେଖିବାକୁ ମିଳୁଛି ।

{"id":118744}

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବେଶ ଚଳଚଞ୍ଚଳ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡିଶା । ସଜେଇ ହେଲାଣି ପୁରା ସହର । ଦେବଦମ୍ପତ୍ତିଙ୍କ ପବିତ୍ର ବାହାଘର ପାଇଁ  ଶୁଭଲଗ୍ନ ପ୍ରସ୍ତୁତ ।  ମେ' ୭ରେ  ଥାଳଉଠା କାମ ସରିଥିବାବେଳେ ଆସନ୍ତା ୫ରେ  ଦେବଦମ୍ପତ୍ତିଙ୍କ ପତରପେଣ୍ଡି ବା ନିର୍ବନ୍ଧ ପର୍ବ ।   ୬ରେ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ଥିବାବେଳେ  ୭ରେ ଦେବଦମ୍ପତ୍ତିଙ୍କ ବାହାଘର ସଂପନ୍ନ ହେବ ।

{"id":118745}

ସେହିପରି  ୮ମଧ୍ୟରାତ୍ରରେ ଦେବଦମ୍ପତ୍ତିଙ୍କ ଯୁଗଳମୂର୍ତ୍ତୀ ଶୋଭାଯାତ୍ରା ଓ ୯ ସକାଳେ ଦେବଦମ୍ପତ୍ତିଙ୍କ ନଗର ଭ୍ରମଣ ଓ ଦର୍ଶନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏଥିପାଇଁ ସହରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିଗୁଡିକର ପ୍ରସ୍ତୁତି  ଶେଷ ପର୍ଯ୍ୟାୟରେ।  ଏହା ସହ ୫୬ଟି ସାଂସ୍କୃତିକ ଦଳ ଲୋକଙ୍କ ମନୋରଞ୍ଜନ କରିବେ ।

{"id":118746}

ଏଥର ସହରର ମୋଦିପଡା, ଝାଡୁଆପଡା ଓ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ପାଖାପାଖି ୯୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୪ଶହ ବର୍ଷର ଏହି ପୁରୁଣା ସାଂସ୍କୃତିକ ମହୋତ୍ସବକୁ ଏବେ ଯାଏ, ଓଡିଶା ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇନି । 

{"id":118747}

ସହରରେ   ୨୫ରୁ ଅଧିକ ବଡବଡ ଶିଳ୍ପାନୁଷ୍ଠାନ ଥିଲେ ବି  ମହୋତ୍ସବ ପାଇଁ  କେହି ଟଙ୍କା ଟିଏ   ଅନୁଦାନ ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆୟୋଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

{"id":118748}

ପ୍ରତିବର୍ଷ  ଯାତ୍ରା ସମୟରେ ବିଦ୍ୟୁତ, ପାଣି ଓ ଟ୍ରାଫିକ ସୁବିଧା ମିଳୁନି ।  ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ସମନ୍ବୟ ଅଭାବରୁ ଏପରି ହେଉଥିବା ଅଭିଯୋଗ ହୋଇଛି । ସେହିପରି ସହରରେ ଫ୍ଲାଏ ଓଭର କାମ ଚାଲିଥିବାରୁ ମେଢ ପରିକ୍ରମାରେ ବାଧା ଉପୁଜିବା ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.