ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା : ୩ ଦିନ ପରେ ଦେବଦମ୍ପତ୍ତିଙ୍କ ବିବାହ, ପ୍ରସ୍ତୁତି ଜୋରଦାର

Published By : Prameya-News7 Bureau | June 04, 2019 IST

ସମ୍ବଲପୁର  ୪|୬: ଶୀତଳଷଷ୍ଠୀ ପାଇଁ ବେଶ ଚଳଚଞ୍ଚଳ ପଶ୍ଚିମ ଓଡିଶା । ସମ୍ବଲପୁର ସହରର ନନ୍ଦପଡା, ଝାଡୁଆପଡା, ମୋଦିପଡା, ବଡବଜାର ଶୀତଳଷଷ୍ଠୀ ପୂଜା କମିଟିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ନନ୍ଦପଡା ପୂଜା କମିଟି ପକ୍ଷରୁ ପତରପେଣ୍ଡି ବା ନିର୍ବନ୍ଧ ସରିଥିବା ବେଳେ ଆସନ୍ତାକାଲି ଝାଡୁଆପଡା ଓ ଅନ୍ୟ ପୂଡା କମିଟି ପକ୍ଷରୁ ପତରପେଣ୍ଡି କାର୍ଯ୍ୟକ୍ରମ ରହିଛି ।

{"id":119370}

ଦେବଦମ୍ପତ୍ତିଙ୍କ ବାହାଘରକୁ ଆଉ ମାତ୍ର ୩ ଦିନ ଥିବା ବେଳେ କନ୍ୟା ପିତାମାତାଙ୍କ ହାତରେ ଆଉ ସମୟ ନାହିଁ । ନିଜ ଝିଅକୁ ବାହାଦେଲେ ଯେମିତି ସମସ୍ତ ସାମଗ୍ରୀ, ଜାନି ଯୌତୁକ ଦେଇ, ଲୋକାଚାର ନିତୀରେ ବାହାଘର କରାଯାଏ, ସେହିଭଳି ସମସ୍ତ ପ୍ରସ୍ତୁତି କରିଛନ୍ତି ।

{"id":119371}

ଶାଢୀ, ପାଟବସ୍ତ୍ର, ସୁନାରୁପା, କଂସାବାସନ ଠାରୁ ଆରମ୍ଭ କରି ପିତଳ, କଂସା, ଷ୍ଟିଲ୍‌, ରୁପାବାସନ ସହ ମୁକୁଟ, ସୁନାଗହଣା ସବୁ ଯୋଗାଡ ସରିଛି ।

{"id":119372}

ଖାଲି ଅପେକ୍ଷା ସେହି ମଙ୍ଗଳ ମୁହୂର୍ତ୍ତକୁ। ଯେଉଁ ସମୟରେ ଦେବଦେବ ମହାଦେବ, ବରଯାତ୍ରୀ ଧରି, ତାଙ୍କ ଘରକୁ ଆସିବେ ଆଉ, ମାତା ପାର୍ବତୀଙ୍କ ସହ ସଂପୂର୍ଣ୍ଣ ଲୋକାଚାର ନିତୀରେ ବିବାହ କାର୍ଯ୍ୟ ସରିବା ପରେ, ମାତା ପାର୍ବତୀଙ୍କୁ ବିଦାୟ ଦେବେ।ସେପଟେ ଶୀତଳଷଷ୍ଠୀ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ  ଜିଲ୍ଲା ଓ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.