ବିନା ଭକ୍ତରେ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ

Published By : Prameya-News7 Bureau | June 16, 2021 IST

ପାଟଣା, ୧୬।୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜାଶଙ୍କର ମହାଦେବ ମନ୍ଦିରରେ ଶିବବିବାହ କାର୍ଯ୍ୟକ୍ରମ କୋଭିଡ କଟକଣା ସହ ମାହାଆଡମ୍ବର ସମ୍ପନ୍ନ ହୋଇଯାଇଛି । କରୋନା କଟକଣା ଯୋଗୁଁ କେବଳ ବିଧି ଅନୁସାରେ ଗିରିଜାଶଙ୍କରଙ୍କ ସହିତ ମାତା ପାର୍ବତୀଙ୍କ ଶୁଭବିବାହ ସମ୍ପନ୍ନ ହୋଇଛି ।

ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟରେ ବର ପିତାମାତା ଭାବେ ସୁନନ୍ଦ କୁମାର ସାହୁ ଓ ଦୀପାଞ୍ଜଳୀ ସାହୁ ଏବଂ କନ୍ୟା ପିତା ମାତା ଭାବେ ସୁଦାମ ଚରଣ ବେହେରା ଓ ରଶ୍ମୀ ଲତା ବେହେରା ଯୋଗ ଦେଇ ଦେବନୀତି ଅନୁସାରେ ଶୁଭବିବାହ କାର୍ଯ୍ୟ ସମ୍ପାଦନର ସହଯୋଗ କରିଥିଲେ । ବିବାହ କାର୍ଯ୍ୟକୁ ପୂଜକ ଅରୁଣ ମିଶ୍ର ଓ ଶରତ ତ୍ରିପାଠୀ ସମ୍ପାଦନ କରିଥିବା ବେଳେ କରୋନା କଟକଣା ଯୋଗୁଁ ମନ୍ଦିରରେ ଭିଡ ନଜମାଇ ବିନା ଭକ୍ତରେ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.