ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବକୁ ମିଳିଲା ସବୁଜ ସଙ୍କେତ, ୭ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ ଶିବ ବିବାହ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର , ୨୫|୦୫:   ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବକୁ ମିଳିଲା ସବୁଜ ସଂକେତ।  କୋଭିଡ ୧୯ କଟକଣା ମଧ୍ୟରେ  ବିବାହ ବନ୍ଧନରେ ଆବଦ୍ଧ​‌ ହେବେ  ଦେବ ଦମ୍ପତି। । ବିନା ବାଜା, ବାଣ, ରୋଷଣି ​​‌ଶୋଭାଯାତ୍ରାରେ  ଅନୁଷ୍ଠିତ ହେବ ଶିବ ବିବାହ ।

କୋଭିଡ କଟକଣା  ମଧ୍ୟରେ ଅନୁଷ୍ଠିତ ହେବ ଶିବ ବିବାହ ।  ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ  ଶୀତଳଷଷ୍ଠୀ ପାଇଁ ଅନୁମତି ଦେଲା ପ୍ରଶାସନ। ହେଲେ ନା ବାଜା ବାଜିବ ନା ବାଣ ଫୁଟିବ।  ମାତ୍ର ୭ ଜଣ  ସେବାୟତଙ୍କୁ ନେଇ ଅନୁଷ୍ଡିତ ଶିବ ବିବାହ।

ବିନା ବରଯାତ୍ରୀ, ପଟୁଆରେ  ମଧ୍ୟରେ  ଦେବ ଦମ୍ପତିଙ୍କ ବିବାହ ସମାପନ କରିବାକୁ  ଲିଙ୍ଗରାଜ ମନ୍ଦିର  ଟ୍ରଷ୍ଟ, ସେବାୟତ ବୈଠକରେ ନିଷ୍ପତି ନିଆଯାଇଛି।  ସେବାୟତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୁକଳ କରାଯିବ । ଥର୍ମାଲ ସ୍କ୍ରିନିଙ୍ଗ କରାଯିବ। ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଅନୁଷ୍ଠିତ ହେବ ଏହି  ଦେବନୀତି । ସେବାୟତ  ସହ ପାଳିଆ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ  ଦେବ ବିବାହ। । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ବିବାହ ଉତ୍ସବରେ  ସାମିଲ ହୋଇ ପାରିବେନି ବୋଲି କହିଛନ୍ତି  ବିଏମସିର ଅତିରିକ୍ତି କମିଶନର ।

ତେବେ  ବିବାହ ଉତ୍ସବରେ କୌଣସି ଯାତ୍ରୀ  ଅବା  ଶ୍ରଦ୍ଧାଳୁ ଆସି ପାରିବେ ନାହି।  ଦେବ ବିବାହ ପାଇଁ ଅନୁମିତି  ମିଳିବା ପରେ ୨୬ ତାରିଖ​​ରେ ଲିଙ୍ଗରାଜଙ୍କ ମଙ୍ଗନ ଉତ୍ସବ ଅନୁଷ୍ଠିତ ହେବ। ନୀତିର ଦାୟିତ୍ବରେ ଥିବା  ପୁଜାପଣ୍ଡା, ବଡ ନିଯୋଗ, ବ୍ରାହ୍ମୀଣ ନିଯୋଗ, ମେକାପ ସେବାୟତ, ମନ୍ଦିର  ପୁରୋହିତ,ଘଣ୍ଟ ଓ ମଶାଲ  ସେବାୟତ ଉପସ୍ଥିତ ରହିବେ। କପାଳି, ବିନ୍ଦ୍ୟବାସିନୀ, ଦ୍ବାରବାଶିନୀ, ମହନି, ରାମାୟଣୀ, ବୌତାଳୀ,  ଭଳି ଅଷ୍ଟଚଣ୍ଡି ଓ  ପାର୍ଶ୍ୱ ଦେବାଦେବୀଙ୍କୁ  ଦେବ ବିବାହ ପାଇଁ  ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଲିଙ୍ଗରାଜଙ୍କ ସେବାୟତ। ମନ୍ଦିର ପ୍ରଶାସନ, ବିଏମସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.