ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ : ଦେବଦମ୍ପତ୍ତିଙ୍କ ନଗର ପରିକ୍ରମା, ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | June 09, 2019 IST

ସମ୍ବଲପୁର ୯|୬: ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ ।  ଶୁକ୍ରବାର  ଶିବ ବିବାହ ସଂପନ୍ନ ପରେ ଶନିବାର ରାତିରେ ଦେବଦମ୍ପତି ଶୋଭାଯାତ୍ରାରେ  ଲେଉଟାଣି ଆରମ୍ଭ କରିଛନ୍ତି  । ବିଳମ୍ବିତ ରାତରେ ପାର୍ବତୀଙ୍କୁ ସାଙ୍ଗରେ ଧରି ଫେରୁଛନ୍ତି  ଦେବଦେବ ମହାଦେବ । ଦେବଦମ୍ପତିଙ୍କର ଏହି ଯୁଗଳ ଦର୍ଶନ ପାଇବାକୁ ହଜାରହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଝାଡୁଆପଡା ,ନନ୍ଦପଡା ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ବିରାଟ ପଟୁଆରରେ ଦେବଦମ୍ପତି ନଗର ପରିକ୍ରମା କରିଛନ୍ତି । ପୁଣି ସକାଳ ୧୦ଟାରୁ ଦେମବ ଦମ୍ପତିଙ୍କର ନଗର ପରିକ୍ରମା ଓ ଯୁଗଳ ଦର୍ଶନ କରିବେ ଶ୍ରଦ୍ଧାଳୁ ।  ଏବେ ପୁରା  ସମ୍ବଲପୁରରେ ଉତ୍ସବର ପରିବେଶ । ଯୁଗଳମୂର୍ତ୍ତି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.