Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବଡ଼ଚଣାରୁ ନିର୍ବାଚନ ଲଢ଼ିବେନି ସୀତାକାନ୍ତ ,ତିରୁପତିଙ୍କୁ ନିଲମ୍ବନ କଲା କଂଗ୍ରେସ୍

8/04/2019 at 6:28 PM

ଭୁବନେଶ୍ବର ୮/୪: ଟିକଟ ପ୍ରଦାନରେ ବିଳମ୍ବ ଯୋଗୁଁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ର । ସୀତାକାନ୍ତଙ୍କୁ ଦଳ ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଆଜି ସୀତାକାନ୍ତ କଂଗ୍ରେସ ହାଇକମାଣ୍ଡଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଟିକଟ ଦେଇଥିବାରୁ ସେ କୃତଜ୍ଞ । କିନ୍ତୁ ବହୁ ବିଳମ୍ବରେ ଟିକଟ ମିଳିବା ଫଳରେ ଏବେ ସେ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି। ତେବେ ଦଳ ଅନ୍ୟ କାହାକୁ ପ୍ରାର୍ଥୀ କଲେ ସେ ସମର୍ଥନ କରିବେ ବୋଲି କହିଛନ୍ତି।

ଅପରପକ୍ଷରେ ଦଳବିରୋଧୀ କାର୍ଯ୍ୟ ପାଇଁ ପାରଳାଖେମୁଣ୍ଡିର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କୁ କଂଗ୍ରେସ ନିଲମ୍ବନ କରିଛି। ଟିକଟ ଦିଆଯାଇନଥିବା ସତ୍ବେ ତିରୁପତି ପାରଳାଖେମୁଣ୍ଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦଳ ସେଠାରେ କେ ସୂର୍ଯ୍ୟା ରାଓଙ୍କୁ ପ୍ରାର୍ଥୀ କଲାପରେ ମଧ୍ୟ ତିରୁପତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି।   

   Related Posts