'ସୀତା' ସେୟାର କଲେ ରାମାୟଣ ସୁଟିଙ୍ଗ ବେଳର ପୁରୁଣା ଫଟୋ...

Published By : Prameya-News7 Bureau | April 13, 2020 IST

ମୁମ୍ବାଇ ୧୩/୦୪ : ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟା ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି | ୧୯୮୦ ଦଶକରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ରାମାୟଣ ବର୍ତ୍ତମାନ ଲକଡାଉନ ସମୟରେ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେଉଛି | ତେବେ ଏହି ରାମାୟଣ ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇଛି | ଦୀପିକା ସେୟାର କରିଥିବା ଫଟୋରେ ଅଛନ୍ତି ଅରୁଣ ଗୋଭୀଲ ଯିଏ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିଲେ, ସୁନୀଲ ଲହରୀ ଯିଏ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିଲେ। ସ୍ବର୍ଗତ ଦ୍ୱାରା ସିଂ ଯିଏ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ପୁରା ଟିମ୍ ଯିଏ ପରଦା ପଛରେ କାମ କରିଥିଲେ | ଦୀପିକା ଏହି ପୁରା ଟିମ୍ ର ଏକ ଫଟୋ ସେୟାର କରିଛନ୍ତି | ଫଟୋରେ ରାମାନନ୍ଦ ସାଗରଙ୍କ ପୁଅ, କ୍ୟାମେରା ଓ୍ବିଙ୍ଗ ଏବଂ ନିର୍ଦେଶନା ଟିମ୍ ମଧ୍ୟ ଅଛନ୍ତି |

ଫଟୋ ସେୟାର କରି ଦୀପିକ ଲେଖିଛନ୍ତି, "ଆମେ ଯେତେବେଳେ ପୁରୁଣା ସ୍ମୃତିକୁ ମନେପକାଉ ଆମେ ଜାଣିବାକୁ ଯାଉ ଆମେ କଣ ଛାଡି ଦେଇଛୁ | ଏହି ଫଟୋରେ ଥିବା ଅନେକ ଚରିତ୍ର ବର୍ତ୍ତମାନ ନାହାନ୍ତି | ଯେଉଁମାନେ ଏ ଦୁନିଆରେ ଆଉ ନାହାନ୍ତି ତାଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ " ଏହାସହ ସେ ହାସଟ୍ୟାଗ ଦେଇଛନ୍ତି

ତେବେ ଶୋ'ର ପୁନଃ ପ୍ରସାରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦୀପିକା | ସେ କହିଛନ୍ତି ଶୋ' ପୁଣିଥରେ ଟିଭିରେ ପ୍ରସାରିତ ହେଉଛି ବହୁତ ଖୁସି ଲାଗୁଛି | ଶୋ'ର ପୁନଃ ପ୍ରସାରଣ ପାଇଁ ଏହା ଉପଯୁକ୍ତ ସମୟ | ବର୍ତ୍ତମାନ ଏହି ଶୋ' ଲୋକଙ୍କ ପାଇଁ ଶିକ୍ଷଣୀୟ, ଯେହେତୁ ଲକଡାଉନ ପାଇଁ ଲୋକେ ଘରେ ବନ୍ଦୀ ହୋଇରହିଛି | ଲୋକେ ବର୍ତ୍ତମାନ ମନ ଦେଇ ଶୋକୁ ଦେଖିବେ ଏବଂ ବହୁତ କିଛି ପୌରାଣିକ ତଥ୍ୟ ସମ୍ବନ୍ଧରେ ମଧ୍ୟ ଜାଣିବାକୁ ପାଇବେ | ହିନ୍ଦୁ ସଂସ୍କୃତିକୁ ଲୋକେ ସମ୍ମାନ ଦେବ ଉଚିତ ବୋଲି ସେ କହିଛନ୍ତି | "ଜନତାଙ୍କ ଦାବିକୁ ଧ୍ୟାନରେ ରଖି ଶୋ'ର ପୁନଃ ପ୍ରସାରଣ ହୋଇଛି | ଶୋ ଦେଖିବା ପାଇଁ ଲୋକେ ଘରେ ରହିବାକୁ ମଧ୍ୟ କୁଣ୍ଠାବୋଧ କରିବେନାହିଁ | ତେବେ ଲୋକେ ଏହି ରାମାୟଣ ଦେଖିବା ଉଚିତ ଏବଂ କିଛି ଶିକ୍ଷା କରିବା ଉଚିତ |

ରାମାୟଣ ଏକ ଭାରତୀୟ ଐତିହାସିକ ଡ୍ରାମା ଯାହା ୧୯୮୭-୮୮ ମସିହାରେ ନିର୍ମାଣ କରାଯାଇଥିଲା | ରାମାନନ୍ଦ ସାଗର ଏହାକୁ ନିର୍ଦେଶନା ଦେଇଥିଲେ | ତେବେ ଶୋ'ଟି ବର୍ତ୍ତମାନ ଇଣ୍ଡିଆନ ଟେଲିଭିଜନ ପାଇଁ ଗେମ ଚେଞ୍ଜର ଭାବେ ପ୍ରମାଣିତ ହୋଇଛି | ସେ କହିଛନ୍ତି,ଟେଲିଭିଜନରେ ପ୍ରସାରିତ "ରାମାୟଣ" ର ପ୍ରଥମ ଏପିସୋଡ୍ ପ୍ରସାରଣ ହେବାପରେ ଭାରତର ପରିବାରମାନଙ୍କ ପାଇଁ ରବିବାର ସକାଳ କେବେ ସମାନ ନଥିଲା | ରବିବାର ଲୋକେ ଚାହିଁ ରହୁଥିଲେ | ଏହାର ପ୍ରଭାବ ଏପରି ଥିଲା ଯେ ଶୋ ସହିତ ଜଡିତ ଅଭିନେତାମାନେ ନିଜ ଚରିତ୍ର ସହ ଜଡିତ ଥିଲେ ଯେଉଁଥିପାଇଁ ଅନେକ ସମୟ ଯାଏଁ ଲୋକେ ତାଙ୍କୁ ତାଙ୍କର ଅଭିନୟ ପାଇଁ ମନେ ରଖିଥିଲେ ଯାହା ପ୍ରଭୁ ଶ୍ରୀରାମ ଓ ମତ ସୀତାଙ୍କ ଯିବନି ଉପରେ ଆଧାରିତ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.