Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ

29/11/2021 at 7:26 AM

ନୂଆଦିଲ୍ଲୀ, ୨୯|୧୧: ସୋମବାରଠୁ ସଂସଦର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ କୃଷି ବିଲ ରଦ୍ଦ ନେଇ ସରକାର ଗୃହରେ ପ୍ରସ୍ତାବ ଆଗତ କରିବେ। ଯାହାକୁ ନେଇ ଚର୍ଚ୍ଚା ହେବ। ଏହାସହ ଅଧିବେଶନରେ ମୋଟ ୨୬ଟି ବିଲ୍ ଆସିବ।

ଡିସେମ୍ବର ୨୩ ଯାଏଁ ଚାଲିବାକୁ ଥିବା ସଂସଦ ଅଧିବେଶନରେ ୧୯ ଟି କାର୍ଯ୍ୟ ଦିବସ ରହିଛି। ବିଜେପି ସହ ଅନ୍ୟ ଦଳ ମଧ୍ୟ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବ ପାଇଁ ହ୍ବିପ୍ ଜାରି କରିଛନ୍ତି। ସେପଟେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଦରଦାମ ବୃଦ୍ଧି ଏବଂ ଏମଏସପି ଗ୍ୟାରେଣ୍ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେସ। ଓଡିଶାର ଆଇନଶୃଙ୍ଖଳା ବ୍ୟବସ୍ଥା, କୋଟିଆ ଏବଂ ମମିତା ମେହେର ହତ୍ୟା ମାମଲା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ ଉଠାଇବାକୁ କଂଗ୍ରେସ ସାସଂଦ ଅଣ୍ଟା ଭିଡିଛନ୍ତି ।

ସେହିପରି ଓଡ଼ିଶାକୁ ଫୋକସ୍ ଷ୍ଟେଟର ମାନ୍ୟତା, ମହିଳା ସଂରକ୍ଷଣ ବିଲ୍, ଫସଲ ବୀମା ଏବଂ ଏମଏସପି ଗ୍ୟାରେଣ୍ଟି ପ୍ରସଙ୍ଗ ଉଠାଇବ ବିଜେଡି ।ରାଜ୍ୟର ବଳକା ଉଷୁନା ଚାଉଳକୁ କେନ୍ଦ୍ର ସରକାର କିଣିବା ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ବିଜେଡି । ସରକାର ସବୁ ପ୍ରସଙ୍ଗରେ ବିରୋଧୀ ଦଳ ସହିତ ଆଲୋଚନା ପାଇଁ ରାଜି, ତେବେ ଅଧିବେଶନ ଚାଲିବା ପାଇଁ ସମସ୍ତେ ସହଯୋଗ କରିବା ଉଚିତ ବୋଲି ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି। ସେପଟେ ରାଜ୍ୟସଭା ବିରୋଧୀ ଦଳ ନେତା ମଲିକାର୍ଜୁନ୍ ଖଡଗେ ବିରୋଧୀ ଦଳ ମାନଙ୍କର ବୈଠକ ଆଜି ପୂର୍ବାହ୍ନରେ ଡାକିଛନ୍ତି। ଏହି ବୈଠକରେ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ। ଏଥିରୁ ନିଜକୁ ବାଦ୍ ଦେଇଛି ଟିଏମସି। ସେପଟେ ଆଜିର ଦିନ ଉପରେ ନଜର ରଖିବେ କୃଷକ ସଂଗଠନ। ଯାହା ପରେ ସେମାନେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି। ସେହିପରି ହେବାକୁ ଥିବା ଟ୍ରାକ୍ଟର ରାଲି ମଧ୍ୟ ବନ୍ଦ କରାଯାଇଛି।

   Related Posts