ପୁଣି ନୂଆ କରି ଆରମ୍ଭ ହେବ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ର ତଦନ୍ତ, ଆର୍ୟନଙ୍କୁ ସମନଜାରି କରିଛନ୍ତି SIT

Published By : Prameya-News7 Bureau | November 07, 2021 IST

ମୁମ୍ବାଇ ୭।୧୧: ପୁଣି ନୂଆ କରି ଆରମ୍ଭ ହେବ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ର ତଦନ୍ତ। ଏଥିଲାଗି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନସିବି) ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗଠନ କରିଛନ୍ତି। ଏହି ମାମଲାର ନୂଆ କରି ତଦନ୍ତ ନିମନ୍ତେ ଏଜେନ୍ସୀ ଆର୍ୟନ ଖାନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ସମନ ଜାରି କରିଛନ୍ତି। ଯେଉଁମାନଙ୍କୁ ମାମଲାରେ ପଚରା ଉଚରା କରାଯିବ। ଏଥିରେ ଅରବାଜ ମର୍ଚେଣ୍ଟ ଓ ଅଚିତ କୁମାରଙ୍କୁ ମଧ୍ୟ ଡକାଯାଇଥିବା ଜଣାପଡିଛି।

{"id":540111,"width":839,"height":465,"sizeSlug":"full","linkDestination":"none"}

ଏସଆଇଟିକୁ ଆର୍ୟନ ଖାନଙ୍କ ସମେତ ମୋଟ ୬ଟି କେସ୍‌ର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହି ତଦନ୍ତକାରୀ ଟିମ୍‌ରେ ମୋଟ ୧୩ ଜଣ ଅଧିକାରୀ ଥିବା ବେଳେ ଡେପୁଟି ଡାଇରେକ୍ଟର ଜେନେରାଲ(ଡିଡିଜି) ସଞ୍ଜୟ କୁମାର ସିଂହ ଏହାର ନେତୃତ୍ୱ ନେଇଛନ୍ତି। ଏସଆଇଟିଙ୍କ ସମନ ପରେ ଆର୍ୟନ, ଅରବାଜ ଓ ଅଚିତ କୁମାର ରବିବାର ହାଜର ହୋଇଥିବା ଜଣାପଡିଛି। ତେବେ ମାମଲାରେ ଆର୍ୟନ ରବିବାର ଏସଆଇଟିରେ ପେସ୍‌ ହୋଇ ନାହାନ୍ତି। ଏଥିଲାଗି ଆର୍ୟନ ଏସଆଇଟିଙ୍କୁ ସମୟ ମାଗିଛନ୍ତି।

{"id":540114,"sizeSlug":"full","linkDestination":"none"}

ଏନସିବି ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ରୁ ମୂଳ ତଦନ୍ତକାରୀ ଜୋନାଲ ଡାଇରେକ୍ଟରେଟଙ୍କୁ ହଟାଇ ଦେଇଛନ୍ତି। ତେବେ ଅପରେସନ ବ୍ରାଞ୍ଚଙ୍କୁ ମୂଳ ଯାଞ୍ଚକାରୀ ଅଧିକାରୀ ସହଯୋଗ କରିବେ ବୋଲି ଏନସିବି ଏକ ପ୍ରେସ ବିବୃତ୍ତିରେ କହିଥିଲେ। ଏଥିଲାଗି ଜୋନାଲ କାର୍ଯ୍ୟାଳୟର କୌଣସି ଅଧିକାରୀ ସ୍ତରରେ ଅଦଳବଦଳ ଅଥବା ପଦବୀରୁ ହଟା ଯାଇ ନାହିଁ। ମାମଲାର ମୂଳ ତଦନ୍ତକାରୀ ଅଧିକାରୀ ସମୀର ୱାଙ୍ଖଡେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚିତ କରିଥିଲେ। ସେ ଏବେବି ଏନସିବି ମୁମ୍ବାଇ ଜୋନ ନିର୍ଦ୍ଦେଶକ ଅବସ୍ଥାପିତ ଥିବା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.