କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ମାମଲା, ହାଇକୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

Published By : Prameya-News7 Bureau | December 23, 2019 IST

କଟକ ୨୩।୧୨: କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଛି । ଚୂଡାନ୍ତ ରିପୋର୍ଟ ଦାଖଲ କଲା ଏସଆଇଟି । ଟ୍ରାଏଲ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ଟ୍ରାଏଲ କୋର୍ଟ ଶୁଣାଣି କରିବେ ।

ହାଇକୋର୍ଟ ଗଠନ କରିଥିବା ୩ ଜଣିଆ ଏସଆଇଟି ଡିସେମ୍ବର ୨ ତାରିଖରେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଥିଲା । ଏହି ଟିମ୍ ରେ ଥିଲେ ବ୍ରହ୍ମପୁର ରେଞ୍ଜ ଡିଆଇଜି, ସମ୍ବଲପୁର ରେଞ୍ଜ ଡିଆଇଜି ଏବଂ କୋରାପୁଟ ଡିଆଇଜି । ଏହି ଟିମ୍ ପୀଡିତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏହାସହ ଏହି ଟିମ୍ ତତକାଳୀନ ପଟାଙ୍ଗି ପୋଲିସ ଆଇଆଇସି ଦେବ କୁମାର ଗମାଙ୍ଗୋଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

୨୦୧୭ ଅକ୍ଟୋବର ୧୦ ତାରିଖରେ ପୀଡାତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୮ ଜାନୁଆରୀ ୨୨ତାରିଖରେ ଆତ୍ମହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.