ପରୀ ମୃତ୍ୟୁ ମାମଲା: ଏସ୍‌ଆଇଟି କହିଲା, 'ଅଭିଯୁକ୍ତ ନାବାଳକ ନୁହେଁ'

Published By : Prameya-News7 Bureau | December 21, 2020 IST

ନୟାଗଡ଼୨୧/୧୨:  ପରୀ ମୃତ୍ୟୁ ମାମଲାରେ ଆଉ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସରୋଜ ସେଠୀ ନାବାଳକ ନୁହେଁ, ତାର ବୟସ ୧୮ ବର୍ଷ। ନୟାଗଡ଼ ପୋକ୍ସୋ କୋର୍ଟ ସରୋଜକୁ ହାଜର କରିବା ସହ ଏସଆଇଟି ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି। ଅଭିଯୁକ୍ତ ଯଦୁପୁର ଗ୍ରାମର ସରୋଜ ସେଠୀ।

ଗତକାଲି ନୟାଗଡ଼ ଯଦୁପୁରରୁ ଅଭିଯୁକ୍ତକୁ ଉଠାଇ ନେଇଥିଲା ଏସଆଇଟି। ସୋମବାର ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରିଛି। ଅନ୍ୟପଟେ ପରୀ ହତ୍ୟା ମାମଲାର ତଦନ୍ତ ଭାର ଦାୟିତ୍ବ ନେଇଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରାମାଣ ଅଛି।

ପୂର୍ବରୁ ତାକୁ ୧୦ ଥର ପଚରାଉଚୁରା ସରିଛି। ସୋମବାର ସନ୍ଧ୍ୟାରେ ସମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ଭାବେ ସୂଚନା ଦିଆଯିବ। ଯଦୁପୁରରେ ଏସ୍‌ଆଇଟି ଟିମ୍ ତନାଘନା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.