Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦିଲ୍ଲୀ ହିଂସା ମାମଲାର SIT ଯାଞ୍ଚକୁ ନେଇ ରାଜଧାନୀରେ ଆତଙ୍କ, Scanner ରେ ୧ହଜାର ସିସିଟିଭିର ଫୁଟେଜ୍

27/02/2020 at 9:54 PM

ନୂଆଦିଲ୍ଲୀ ୨୭।୨: ଦିଲ୍ଲୀ ଦଙ୍ଗାକୁ ନେଇ ସରକାର ଗୁରୁବାର ବଡ ପଦକ୍ଷେପ ନେଇଛନ୍ତି। ହିଂସାର ଯାଞ୍ଚ ଲାଗି ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ (ଏସଆଇଟି) ଗଠନ କରାଯାଇଛି। ଟିମ୍ ଗଠନ ସହ କ୍ରାଇମବ୍ରାଞ୍ଚର ସମସ୍ତ ମାମଲା ଏସଆଇଟିକୁ ପଠାଇ ଦିଆଯାଇଛି। ଡିସିପି ଜୟ ତିକ୍ରି ଓ ଡିସିପି ରାଜେଶ ଦେବଙ୍କ ନେତୃତ୍ୱରେ ଏହି ତଦନ୍ତ ହେବାକୁ ଥିବା ବେଳେ ଦୁଇ ଅଧିକାରୀ ସେମାନଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଉଭୟ ଅଧିକାରୀ ଆଡିସନାଲ ଏସିପି   ବି.କେ.ସିଂହଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଭାବିତ ଅଞ୍ଚଳର ହଜାର ହଜାର ସିସିଟିଭି ଫୁଟେଜ୍ ସଂଗ୍ରହ କରି ସେ ସବୁକୁ ଏକାଠି କରୁଛନ୍ତି। ଏବେ ଦଙ୍ଗା ବେଳର ପ୍ରତ୍ୟେକ ଦୃଶ୍ୟ ପୋଲିସ ସାମ୍ନାକୁ ଆସିବ। ଏଣୁ ଦଙ୍ଗା ଉସକାଇଥିବା ଲୋକେ ଏବେ ଛାନିଆ ହୋଇପଡିଛନ୍ତି।

ଦିଲ୍ଲୀ ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଏବେ ଆହୁରି ୩୦ଟି ଏଫଆଇଆର ରୁଜୁ ହେବ। ଏପର୍ଯ୍ୟନ୍ତ ମାମଲାରେ ୪୮ଟି ଏଫଆଇଆର ରୁଜୁ ହୋଇଥିବା ବେଳେ ପୋଲିସ ୧୦୬ ଜଣଙ୍କୁ ଗିରଫ କରିଛି। ବାକି ଦଙ୍ଗାକାରୀଙ୍କୁ ଧରିବା ଲାଗି ପୋଲିସ ଡ୍ରୋନ ଓ ସିସିଟିଭିର ସାହାରା ନିଆଯାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏସଆଇଟି ଓ କ୍ରାଇମବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢଉ ବି ଆରମ୍ଭ କରିଛନ୍ତି। ଯାହା ଏବେ ଉପଦ୍ରବୀଙ୍କୁ ଆତଙ୍କିତ କରିଛି।

   Related Posts