ଶନିବାର ବସିବ SITର ଗୁରୁତ୍ବପୂର୍ଣ୍ଣ ବୈଠକ, ଯୋଗଦେବେ ବରିଷ୍ଠ ଅଧିକାରୀ

Published By : Prameya-News7 Bureau | March 07, 2020 IST

କଟକ ୦୭।୦୩: ଶନିବାର ବସୁଛି SIT ବୈଠକ । ଦେଶରେ କଳା ଟଙ୍କା କାରବାରକୁ ନେଇ ତଦନ୍ତ କରୁଛି  ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(SIT) । SIT ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜିର ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ, ରେଭିନ୍ୟୁ ଇଣ୍ଟିଲେଜେନ୍ସି, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ୍‌, ଭିଜିଲାନ୍ସ ବିଭାଗ, ଖଣି ବିଭାଗ, ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର ସୂଚନା ରହିଛି ।

{"id":234176,"sizeSlug":"large"}

ବୈଠକରେ ଦେଶରେ କଳାଧନ କାରବାର ଉପରେ ଆଲୋଚନା କରାଯିବ । ଏଥିସହ ବେଆଇନ ଖଣି କାରବାର, ତଥାକଥିତ ଧାର୍ମିକ ଗୁରୁଙ୍କ କଳାଧନ କାରବାର ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.