Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କଳାଧନ ସମ୍ପର୍କିତ ଏସ୍ଆଇଟି ବୈଠକ : ସାଧାରଣ ନିର୍ବାଚନରେ ଲାଗିଥିବା କଳାଧନର ହେବ ଯାଞ୍ଚ , ତିନି ମାସ ମଧ୍ୟରେ ୭ମ ଅନ୍ତରୀଣ ରିପୋର୍ଟ ଦାଖଲ କରାଯିବ

7/03/2020 at 8:21 PM

କଟକ ୦୭।୦୩:  ନିର୍ବାଚନରେ କଳାଟଙ୍କା ବ୍ୟବହାର ରୋକିବା ପାଇଁ ଆଉ ପାଦେ ଆଗେଇଲା କଳାଧନ ଠାବ ପାଇଁ ଗଠନ କରାଯାଇଥିବା ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT) । ଶନିବାର ଦିନ କଟକରେ କଳାଧନ ବୈଠକ SIT ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ।

ବୈଠକରେ ବିଶେଷ ଭାବେ ଗତ ସାଧାରଣ ନିର୍ବାଚନ ସମୟରେ କଳାଧନ ବ୍ୟବହାର ଉପରେ ଆଲୋଚନା ହୋଇଛି । ଗତ ସାଧାରଣ ନିର୍ବାଚନ ସମୟରେ କେଉଁ ରାଜ୍ୟରେ କେତେ ପରିମାଣରେ କଳାଧନ ଜବତ ହୋଇଛି  । ତାର ତଥ୍ୟ ଦେଇଛନ୍ତି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକ । ସେହିପରି ବିଭିନ୍ନ ରାଜ୍ୟରେ ଗତ ବର୍ଷକ ଭିତରେ କେତେ ଆୟକର ଚଢ଼ାଉ ହୋଇଛି ଓ ଚଢ଼ାଉରେ କାହାଠାରୁ କେତେ ଟଙ୍କା ଜବତ ହୋଇଛି ।

 ସେ ସମ୍ପର୍କରେ ମଧ୍ୟ ବିଶେଷ ଭାବେ ଆଲୋଚନା ହୋଇଛି । ବୈଠକରେ ଓଡ଼ିଶା କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ବିଭାଗ ସମେତ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍,ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଆସନ୍ତା ୩ ମାସ ଭିତରେ ଏସ୍.ଆଇ.ଟି ତାର ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରିବ ବୋଲି ଜଷ୍ଟିସ୍ ପଶାୟତ ସୂଚନା ଦେଇଛନ୍ତି । 

   Related Posts