Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଏସଆଇଟି ହାତରେ ଆଉ ଏକ ପ୍ରମାଣ, ଗିରଫ ଅଭିଯୁକ୍ତ ଘରୁ ମିଳିଲା ରକ୍ତ ଭିଜା ଗାମୁଛା

23/12/2020 at 7:14 PM

ନୟାଗଡ ୨୩।୧୨: ନୟାଗଡ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ଗତକାଲି ପୋଖରୀରୁ ନାବାଳିକାଙ୍କ ଲେଙ୍ଗିନ୍ସ ମିଳିଥିବା ବେଳେ ଆଜି ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ ପ୍ରମାଣ। ବୁଧବାର ତଲାସି ବେଳେ ଅଭିଯୁକ୍ତ ସରୋଜ ସେଠୀର ଘରୁ ରକ୍ତ ଭିଜା ଗାମୁଛା ଜବତ ହୋଇଛି। ଗାମୁଛା ଜବତ ପରେ ଏସଆଟଇିର ପ୍ରମାଣକୁ ଆହୁରି ବଳିଷ୍ଠ କରିଛି।

ସୂଚନା ଅନୁଯାୟୀ ଏସଆଇଟି ହାତରେ ଆଉ ଏକ ବଡ ପ୍ରମାଣ ଲାଗିଛି। ଅଭିଯୁକ୍ତର ଘରୁ ରକ୍ତ ଭିଜା ଗାମୁଛା ଜବତ କରିଛି ଏସଆଇଟି। ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା। ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଯଦୁପୁରର ଗାଁରେ ଅଭିଯୁକ୍ତ ଘରୁ ଉକ୍ତ ଗାମୁଛାକୁ ଏସଆଇଟି ଜବତ କରିଛି। ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା ଏସଆଇଟି କହିଛି। ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟାରୀ ପଠାଇବ ବୋଲି ଏସଆଇଟି କହିଛି।

ଗତକାଲି ପରୀ ଘର ପଛପଟେ ଥିବା ପୋଖରୀରୁ ନାବାଳିକା ପିନ୍ଧିଥିବା ଲେଗିଙ୍ଗସ୍‌ ମିଳିଥିଲା। ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଅଗ୍ନିଶମ, ଓଡ୍ରାଫ୍ଟ ଟିମ୍ ଜରିଆରେ ଏସ୍ ଆଇ ଟି ଟିମ୍ ପୋଖରୀରୁ ପାଣି ଶୁଖାଇବା ପରେ ଲେଗିଙ୍ଗ୍ସ ମିଳିଥିଲା।

ସୂଚନାଯୋଗ୍ୟ, ଗତକାଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି ପରୀ ହତ୍ୟା ମାମଲାର ଖୁଲାସା କରିଥିଲେ। ମୁଖ୍ୟ ଅଭିଯୁକ୍ତ ପରୀକୁ କେମିତି ହତ୍ୟା କଲା, ଶବକୁ କେଉଁଠି ନେଇ ଫୋପାଡିଲା, କେଉଁ କାରଣ ପାଇଁ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ନାବାଳିକାକୁ ହତ୍ୟା କଲା ସେସବୁର ସବିଶେଷ ଏବଂ ବିସ୍ତୃତ ତଥ୍ୟ ଅରୁଣ ବୋଥ୍ରା ରଖିଥିଲେ। ଗିରଫ କରିବା ପରେ ଏସଆଇଟି ମୁଖ୍ୟ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି। 

   Related Posts