ସ୍ୱିମିଂ ପୁଲ ତଳୁ ମିଳିଲା ୩୦୩ କେଜି ସୁନା ବିସ୍କୁଟ, ସତ୍ୟତା ସମ୍ପର୍କରେ ଜାଣନ୍ତୁ କ’ଣ କହିଲେ ଏସଆଇଟି ଅଧିକାରୀ

Published By : Prameya-News7 Bureau | August 08, 2019 IST

ବେଙ୍ଗାଲୁରୁ : ଦେଶରେ ପୋଞ୍ଜି ସ୍କାମର ସୂତ୍ରଧର ମନସୁର ଖାଁଙ୍କ ସ୍ୱିମିଂ ପୁଲ ତଳୁ ଏସଆଇଟି ୩୦୩ କେଜି ସୁନା ବିସ୍କୁଟ ଜବତ କରିଛି। ସ୍ୱମିଂ ପୁଲ ତଳେ ଥିବା ୫ହଜାର ୮ଶହ ଖଣ୍ଡ ସୁନା ବିସ୍କୁଟ ବାହାର କରି ସେଗୁଡିକର ଯାଞ୍ଚ କରିବା ବେଳେ ତାହା ନକଲି ବୋଲି ଜଣାପଡିଛି। ତେବେ ଏତେ ପରିମାଣର ନକଲି ସୁନା ବିସ୍କୁଟ ସେଠାରେ କାହିଁକି ଲୁଚାଇ ରଖାଯାଇଥିଲା ସେ ନେଇ ଏବେ ଏସଆଇଟି ତନାଘନା ଆରମ୍ଭ କରିଛି।

{"id":142394}

ସମସ୍ତ ନକଲି ସୁନା ବିସ୍କୁଟ ସହ ଏସଆଇଟି ବସିମ ନାମକ ଜନୈକ ବ୍ୟକ୍ତିକୁ ଗିରଫ କରିଛି।  ଆଇଏମଏ ଜ୍ୱେଲର୍ସର ସଂସ୍ଥାପକ ତଥା ପୋଞ୍ଜି ସ୍କାମର ମୁଖିଆ ମନସୁର ଖାନକୁ ଦିଲ୍ଲୀ ପୋଲିସ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଥିଲା। ଗତ ୧ମାସ ହେଲା ମନସୁର ନିଖୋଜ ଥିଲା। ତେବେ ଦୁବାଇରୁ ନୂଆ ଦିଲ୍ଲୀ ରାସ୍ତାରେ ଫେରୁଥିବା ସୂଚନା ପାଇ ପୋଲିସ ତାକୁ ବିମାନ ବନ୍ଦରରୁ ଗିରଫ କରିବା ପରେ ତାର ବେଙ୍ଗାଲୁରୁସ୍ଥିତ ଘରେ ଏସାଆଇଟି ରେଡ କରିଥିଲା। ଏହି ଚଢଉ ବେଳେ ସ୍ୱିମିଂ ପୁଲକୁ ନେଇ ଅଧିକାରୀଙ୍କ ସନ୍ଦେହ ହେବାରୁ ଖୋଳତାଡ ବେଳେ ତା ତଳେ ସୁନା ବିସ୍କୁଟ ଲୁଚା ହୋଇ ରହିଥିବା ଦେଖାଯାଇଥିଲା।

{"id":142395}

ତେବେ ଏ ନେଇ ଏସଆଇଟି ଅଧିକାରୀ ଦେଇଥିବା ସୂଚନା ଏଇଭଳି। ଦେଶରେ ପୋଞ୍ଜି ସ୍କିମ ଚଳାଇଥିବା ମନସୁର ଲୋକଙ୍କୁ ବିପୁଳ ପରିମାଣର ସୁନା ଦେଖାଇ ତା କମ୍ପାନୀରେ ନିବେଶ କରିବାକୁ ଆକର୍ଷିତ କରୁଥିଲା। ଏଣୁ ଲୋକେ କୋଟି କୋଟି ଟଙ୍କା ନିବେଶ କରିବା ପରେ ନକଲି ସୁନା ବିସ୍କୁଟ ଓ ଛଡକୁ ତା ଘରର ଷଷ୍ଠ ମହଲାରେ ଥିବା ସ୍ୱିମିଂ ପୁଲ ତଳେ ଲୁଚାଇ ଦେଇ ଦେଶରୁ ଫେରାର ହୋଇଯାଇଥିଲା। ସେ ଦୁବାଇ ଚାଲିଯାଇଥିଲା। ତେବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ମାତ୍ରେ ଦିଲ୍ଲୀରେ ତାକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.